ଡାଟାଟେକ ଶିକ୍ଷା ଅନୁଷ୍ଠାନର ୨୬ ତମ ବାର୍ଷିକ ଉତ୍ସବ |

406

କଟକ(ଉତ୍କଳ ନିଉଜ)୨୪/୧୨/୨୦୨୩ : ଚୌଦ୍ୱାର ପୌରପାଳିକା ର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବିରାଟ ବଜାର ସ୍ଥିତ ଡାଟାଟେକ ର ୨୬ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବଡସାମନ୍ତରାପୁର ନୋଡାଲ ଉଚ ବିଦ୍ୟାଳୟ ପରିସରରେ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ବଡସାମନ୍ତରାପୁର ଗ୍ରାମ ପଂଚାୟତ ର ସରପଞ୍ଚ ବିଶ୍ୱଜିତ ମାଝୀ ,ମୁଖ୍ୟ ବକ୍ତା ଭାବେ ଶିକ୍ଷାବିଦ ତଥା ତ୍ରୟୀମାସିକ "ପୁରବୀ" ପତ୍ରିକା ର ସମ୍ପାଦକ ଶ୍ରୀ ଅଜୟ କୁମାର ପାତ୍ର , ସଂମ୍ମାନିତ ଅତିଥି ଭାବେ ପ୍ରଫେସର ଜୟନ୍ତ ମହାପାତ୍ର , ବରିଷ୍ଠ ସାମ୍ବାଦିକ ଶଙ୍କର୍ଷଣ ମହାପାତ୍ର ,ସମାଜ ସେବି ଗୋକୁଳ ଚନ୍ଦ୍ର ସାହୁ ,ପ୍ରମୁଖ ଯୋଗ ଦାନ କରିଥିଲେ | ଡାଟାଟେକ ର ନିର୍ଦେଶକ ଗୌତମ ଉଦୟଭାନୁ ଙ୍କ ଅଧକ୍ଷତା ରେ ସୁଶ୍ରୀ ଆୟେସl ଓ ସୁଶ୍ରୀ ପ୍ରିୟଙ୍କା ମଂଚ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ |ମଂଚାସୀନ ବକ୍ତା ମାନେ କମ୍ପୁଟର ଶିକ୍ଷା ର ଉପାଦେୟତା ଉପରେ ଗୁରୁତ୍ୱlରୋପ କରି ଡାଟାଟେକ ର ପ୍ରୟାସ କୁ ସାଧୁବାତ ଜ୍ଞାପନ କରିଥିଲେ |ଚଳିତ ଶିକ୍ଷା ବର୍ଷ ର ଶିକ୍ଷା ସମାପନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ ପତ୍ର ପ୍ରଦାନ ପୂର୍ବକ ସେମାନଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା |ଇତ୍ୟ ବସରରେ ସମାଜ ସେବା ପାଇଁ ଉଲ୍ଲେଖନୀୟ ଅବଦାନ କୁ ନେଇ ଯୁବ ସରପଞ୍ଚ ବିଶ୍ୱଜିତ ମାଝୀ , ଓ ନିରପେଷା ସାମ୍ବାଦିକ କ୍ଷେତ୍ର ରେ ସୁଖ୍ୟାତି ଅର୍ଜନ କରୁଥିବା ଉତ୍କଳ ନିଉଜ ର ମୁଖ୍ୟ ଶ୍ରୀ ଶଙ୍କର୍ଷଣ ମହାପାତ୍ର ଙ୍କୁ ପ୍ରଶସ୍ତି ପତ୍ର ,ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଧନା କରାଯାଇଥିଲା |ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ ଆଶିଷ ସାହୁ ,ଦିପ୍ତିମୟୀ ସାହୁ ,ଅଶ୍ୱିନୀ ସାହୁ , ପ୍ରିୟଙ୍କା ନାୟକ ,ରୀଜୁଆନା ବେଗମ ,ସସ୍ମିତା ମହାରଣା ,ସୌମ୍ୟ ରଞ୍ଜନ ରାଉତ ,ତନ୍ମୟ ସାହୁ ,କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ଆଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |"ଡାଟାଟେକ" ରେ ଅଧୟନ ରକ୍ତ ଛାତ୍ର ଛାତ୍ରୀ ଜୀଉସ ସ୍ୱାଇଁ ,ପ୍ରଜ୍ଞାଶ୍ରୀ ନାୟକ ,ସ୍ନେହା ବସିୟା ,ରାଜେଶ ଶୁକ୍ଳ ,ମନରରଞ୍ଜନ ବେହେରା ,ସୋମ୍ୟନାଥ ସ୍ୱାଇଁ , ଦେବୀପ୍ରସାଦ ନନ୍ଦ ,ରିତେଶ ଶର୍ମା .ବିକାଶ ପଣ୍ଡା ,ଘନଶ୍ୟାମ ପଟନାୟକ ,ଦିବ୍ୟଜ୍ୟୋତି ବେହେରା ,ପ୍ରତୀକ ସାମଲ ,ଆଦି ଙ୍କ ସକ୍ରିୟ ଅଂଶ ଗ୍ରହଣ ଓ ଅର୍କେଷ୍ଟ୍ରା ଉପସ୍ଥାପକ ,ଏମ ମଧୁସୂଦନ ଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବିଶାଳ ଜନ ସମାବେଶ କୁ ମନ୍ତ୍ର ମୁଗ୍ଧ କରିଥିଲା |