କେମ୍ବ୍ରିଜ ବିଦ୍ୟାଳୟ ର ବାର୍ଷିକଉତ୍ସବ |

20

କଟକ (ଉତ୍କଳ ନ୍ୟୁଜ ) ୨୨-୧୨-୨୦୨୩ : କଠିନ ପରିଶ୍ରମ , ନିଷ୍ଠା ଓ ଏକାଗ୍ରତା ହେଉଛି ସଫଳତା ର ମୂଳମନ୍ତ୍ର | କୌଣସି ବିଦ୍ୟାଳୟ ର ଅଗ୍ରଗତି ଏହାର ଶିକ୍ଷକ , ଛାତ୍ରଛାତ୍ରୀ ଓ କର୍ମଚାରୀ ଓ ସର୍ବୋପରି ଅଭିଭାବକ ମାନଙ୍କ ଉପରେ ନିର୍ଭର କରିଥାଏ | ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭା କୁ ଚିହ୍ନଟ କାରୀ ସେମାନଙ୍କୁ ପ୍ରସ୍ଫୁଟିତ ହେବ ନିମନ୍ତେ ସୁଯୋଗ ଯୋଗାଇ ଦେବା ହେଉଛି ବିଦ୍ୟାଳୟ ର କର୍ତ୍ତବ୍ୟ | ଶିକ୍ଷା ହେଉଛି ପ୍ରତ୍ୟେକ ସଫଳତା ପଛ ର ମାର୍ଗଦର୍ଶକ | ଏହା ନୈତିକ ଶିକ୍ଷା ଦେବା ସହ ସାମାଜିକ ଦାୟିତ୍ୱବୋଧ ବୂଷୀ କରିଥାଏ ବୋଲି କଟକ କେମ୍ବ୍ରିଜ ବିଦ୍ୟାଳୟ ର ବାର୍ଷିକଉତ୍ସବ "କ୍ୟାମ୍ବଫେଷ୍ଟ - ୨୦୨୩ " ରେ ଯୋଗଦେଇ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି | କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିବାହବେ ଯୋଗଦେଇ ଜଷ୍ଟିସ ମନୋରଞ୍ଜନ ମହାନ୍ତି ଛାତ୍ରଛାତ୍ରୀ ମାନଙ୍କୁ ନିଜର ଲକ୍ଷ୍ୟ ହାସଲ ଦିଗ ରେ ଆଗେଇ ଯିବ ପାଇଁ ଆହ୍ୱାନ ଦେଇଥିଲେ | ଯୋଗାଯାଗ ଦକ୍ଷତା ଉପରେ ଆଲୋକପାତ କାରୀ ଜଷ୍ଟିସ ମହାନ୍ତି ଛାତ୍ରଛାତ୍ରୀ ମାନେ ଏକାଧିକ ଭାଷା ଶିକ୍ଷା କରିବା ଉଚିତ ମତବ୍ୟକ୍ତ କରିଥିଲେ | ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପନିର୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ର ରେ ଉତ୍କର୍ଷ ପ୍ରତିପାଦନ କରିବା ସହ ଉତ୍ତମ ଚରିତ୍ର ଗଠନ ଦିଗ ରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ | ବିଭିନ୍ନ ଉଦାହରଣ ମାଧ୍ୟମ ରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଯୋଗ ର ଉପକାରିତା ସମ୍ବନ୍ଧ ରେ ବୁଝାଇବା ସହ ଭବିଷ୍ୟତ ର ଅହ୍ୱାନପୂର୍ଣ୍ଣ ସମୟ ରେ ମୁକାବିଲା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଥିଲେ | ବିଦ୍ୟାଳୟ ର ଅଧ୍ୟକ୍ଷ ଥୋମାସ ଜନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷ ସେବାଷ୍ଟିଆନ ବିଦ୍ୟାଳୟ ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ବନ୍ଧ ରେ ସୂଚନା ପ୍ରଦାନ କରିଥିଲେ | ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ନୃତ୍ୟ , ସଂଗୀତ ଓ ଅଭିନୟ ମାଧ୍ୟମ ରେ ବିଜ୍ଞାନ ଓ ପ୍ରଯ୍ୟୁକ୍ତି ବିଦ୍ୟା ଏବଂ ମହାକାଶ ବିଜ୍ଞାନ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଓ ଓଡିଶା ର କଳା ସଂସ୍କୃତି ଓ ପର୍ବ ପର୍ବାଣି ଉପରେ ସାଂସ୍କୃତିକ ବିଚିତ୍ର ପରିବେଷଣ କରିଥିଲେ | ଏହି ଅବସରରେ ଅଇସିଏସଇ ପରୀକ୍ଷା ରେ ବିଦ୍ୟାଳୟ ରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀ ଙ୍କ ସମେତ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଏବଂ ସତ ପ୍ରତିଶତ ଉପସ୍ଥାନ ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | କାଜ୍ୟକ୍ରମ ରେ ବିଦ୍ୟାଳୟ ର ମୁଖ୍ୟ ପରାମର୍ଶଦାତା ଶ୍ରୀ ବିଶ୍ୱଜିତ ସୂର୍ଯ୍ୟବଂଶୀ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ବୃନ୍ଦ ଉପସ୍ଥିତ ଥିଲେ |