ଦୁର୍ଘଟଣାରେ ଗୁରୁତର ରଂଜିତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ |

239

କଟକ (ଉତ୍କଳ ନ୍ୟୁଜ ) ୨୦-୧୨-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ଫତେପୁର ପଞ୍ଚାୟତ ଗୋଳାପୋଖରୀ ଗ୍ରାମର ଉଦୀୟମାନ ତଥା ସମସ୍ତଙ୍କର ପ୍ରିୟ ଯୁବକ ରଞ୍ଜିତ ବେହେରା (୩୭)ଙ୍କର ମଙ୍ଗଳବାର ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ମୃତ୍ୟୁ ହୋଇ ଯାଇଛି । ତାଙ୍କ ମୃତ୍ୟୁରେ ତିହିଡ଼ି ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ସରଂଜିତ ଜଣେ ମେଳାପୀ ଓ ମିଷ୍ଟଭାଷୀ ଯୁବକ ଥିଲେ । ତାଙ୍କର ପତ୍ନୀ ଓ ଏକମାତ୍ର କନ୍ୟା ଅଛନ୍ତି । ଗତ ଡିସେମ୍ବର ୪ ତାରିଖରେ ରଣଜିତ ନିଜ ଭଉଣୀ ଘର ବାଲେଶ୍ୱରରୁ ନିଜର କର୍ମକ୍ଷେତ୍ର ଭୁବନେଶ୍ୱର ଟ୍ରେନରେ ଯାଇଥିଲେ । ତେବେ ପଟିଆ ଷ୍ଟେସନ ନିକଟରେ ଓହ୍ଲାଉଥିବା ବେଳେ କୌଣସି କାରଣରୁ ଟ୍ରେନରୁ ଖସି ପଡ଼ିଥିଲେ । ତାଙ୍କର ଦୁଇ ଗୋଡ଼, ଛାତି ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଡାହାଣ ଗୋଡ଼ କଟାଯାଇଥିଲା । ବାମ ଗୋଡ ଓ ଛାତି ପଞ୍ଜରା ମଧ୍ୟ ଭାଙ୍ଗି ଯାଇଥିଲା । ତାଙ୍କ ମୁଣ୍ଡରେ ଆଘାତ ଲାଗିବା ଫଳରେ ସେ କୋମାରେ ରହିଥିଲେ ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।