ଦାବୀ ପୂରଣ ନହେଲେ ଜାନୁୟାରୀ ପହିଲାରୁ ରାସନ ବଣ୍ଟନ ବନ୍ଦ- ରିଟେଲର ସଂଘ।

145

କଟକ(ଉତ୍କଳ ନିଉଜ)୧୭/୧୨/୨୦୨୩ : ଗତ କରୋନା ସମୟରେ ରିଟେଲରମାନେ ନିଜ ଜୀବନକୁ ବିପନ୍ନ କରି ବଣ୍ଟନ କରାଯାଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବାବଦକୁ ୩୨ ମାସର ବଣ୍ଟନ ପାରିଶ୍ରମିକ ଅର୍ଥ ଏଯାବତ ମିଳି ପାରିନାହିଁ। ଇତିମଧ୍ୟରେ ଆଗାମୀ ୫ ବର୍ଷ ମାଗଣା ସାମଗ୍ରୀ ବଣ୍ଟନ ପାଇଁ ସରକାର ଘୋଷଣା କରିଛନ୍ତି । ପୂର୍ବ ବଣ୍ଟନର ସମସ୍ତ ଅର୍ଥକୁ ଏକକାଳୀନ ମିଳିବା ନେଇ ରିଟେଲର ସଂଘ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବାରମ୍ବାର ଦାବୀ କରି ଆସୁଅଛି। ଏହା ସହ ବ୍ଲକ ଏବଂ ଜିଲ୍ଲା ସ୍ତରରେ ପ୍ରଶାସନକୁ ଅବଗତ କରାଯାଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ସର୍ବ ଭାରତୀୟ ରିଟେଲର ସଂଘ ନିର୍ଦେଶ କ୍ରମେ ଡିସେମ୍ବର ୧ ତାରିଖରୁ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରା ଯାଉଅଛି। ତିହିଡି ବ୍ଲକ ରିଟେଲର ସଂଘ ପକ୍ଷରୁ ତାଳପଦା ପଂଚାୟତସ୍ଥିତ କାନ୍ତକବିଙ୍କ ସାଧନା ପୀଠ ବଡମ୍ବା ପଡିଆ ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ତିହିଡି ବ୍ଲକ ରିଟେଲର ସଂଘ ସମ୍ପାଦକ କୈଳାସ ବେହେରାଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ସଂଘର ଜିଲ୍ଲା ସଭାପତି ଜଗବନ୍ଧୁ ଲେଙ୍କା, ଭଦ୍ରକ ପୌରପାଳିକା ସଭାପତି ଅବଦୁଲ ଅଜଗର, ତିହିଡି ବ୍ଲକ ସଭାପତି ରବିନ୍ଦ୍ର ମହାକୁଳ, ବାସୁଦେବପୁର ବ୍ଲକ ସଭାପତି ସୁରେନ୍ଦ୍ର ପଣ୍ଡା, ସମାଜସେବୀ ବାଣୀ କଲ୍ୟାଣ ମହାପାତ୍ର,ଶଶିକାନ୍ତ ଗିରି, ଅଜୟ ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇ ନିଜର ହକ ପାଇଁ ଏ ଲଢ଼େଇ ଜାରି ରହିବ ବୋଲି କହିବା ସହ କେନ୍ଦ୍ରୀୟ ସଂଘ ନିଷ୍ପତି କ୍ରମେ ଜାନୁଆରୀ ପହିଲାରୁ ଯୋଗାଣ ସାମଗ୍ରୀ ଗ୍ରହଣ ନକରିବା ସହ ବଣ୍ଟନ ବନ୍ଦ ରଖିବାକୁ ସମସ୍ତ ରିଟେଲର ନିଷ୍ପତି ନେଇଥିଲେ। ସରକାରଙ୍କ ରିଟେଲର ମାରଣ ନିଷ୍ପତିକୁ ନିନ୍ଦା କରାଯିବା ସହ ବ୍ଲକର ସମସ୍ତ ପଂଚାୟତରୁ ଆସିଥିବା ରିଟେଲରମାନେ କଳାବ୍ୟାଚ ପରିଧାନ କରିଥିଲେ।ସଂଘ ପକ୍ଷରୁ ରିଟେଲର ପୂର୍ଣ୍ଣଚନ୍ଦ୍ର ଓଝା, ଚକ୍ରଧର ଲେଙ୍କା, ଶରତ କବି, ଜିତେନ୍ଦ୍ର ବେହେରା, ବାସ୍ତବ ପଣ୍ଡା, ସୁଦାମ ଦାସ, ବିଜୟ ବ୍ରହ୍ମ, ଗୟାଧର ବାରିକ ଅନାମ କୁଆଁର, ସୁବାସ ଦାସ, ନକୂଳ ରାଉତ, ବ୍ରହ୍ମାନନ୍ଦ ମହାପାତ୍ର, ବାବୁଲି ଭଞ୍ଜ, ସଞ୍ଜୟ ମଲ୍ଲିକ, ବାଇଧର ପରିଡା, ଅଜୟ କୁମାର ବ୍ରହ୍ମ, ବାପୁଜୀ ରାଉତ, ବିଦ୍ୟାଧର ପଣ୍ଡା, ସୀତାକାନ୍ତ ନାୟକ, ପଞ୍ଚାନନ ମିଶ୍ର, ଭଗବାନ ବେହେରା, କୈଳାସ ଯେନା, ଭାଗିରଥି ବେହେରା, ମାର୍କଣ୍ଡ ମଲ୍ଲିକ, ବିଶ୍ୱନାଥ ପୃଷ୍ଟି, ସତ୍ୟାନନ୍ଦ ରାଉତ, ପ୍ରମୁଖ ଉପସ୍ଥିତ ଥିଲେ ବାସ୍ତବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।