ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ |

24

କଟକ (ଉତ୍କଳ ନ୍ୟୁଜ ) ୧୧-୧୨-୨୦୨୩ : ମାନବାଧିକାର କର୍ମୀ ମାନେ ସମାଜର ସଜାଗ ପ୍ରହରୀ ଅଟନ୍ତି ସେମାନଙ୍କର ନିଷ୍ଠା ଓ ଉଦ୍ୟମ ବଳରେ ବହୁ ପୀଡିତ ନ୍ୟାୟ ପାଇବାକୁ ସକ୍ଷମ ହୋଇପାରୁଛନ୍ତି ବୋଲି ଆଜି ଭୁବନେଶ୍ୱର ଗୀତଗୋବିନ୍ଦ ସଭାଗୃହରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ଅବସରରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ର ଅଧ୍ୟକ୍ଷ ମନୋଜ ଜେନା ସଭାରେ ସଭାପତିତ୍ୱ କରି ଉପସ୍ଥିତ ମାନବାଧିକାର କର୍ମୀମାନଙ୍କୁ ତ୍ରୁଣମୂଳସ୍ତରରେ ଘଟୁଥିବା ମାନବାଧିକାର ଉଲଂଘନ ଘଟଣାକୁ ସାମନାକୁ ଆଣି ପିଡୀତକୁ ନ୍ୟାୟ ଦେବାପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଏ ବର୍ଷ ମିଳିତ ଜାତିସଂଘ ର ସାର୍ବଜନୀନ ମାନବାଧିକାର ଘୋଷଣାନାମା କୁ ୭୫ ବର୍ଷ ହେଉଥିବା ବେଳେ ହ୍ୟୁମାନ ରାଇଟ୍ସ ଡିଫେଣ୍ଡର ଘୋଷଣାନାମା କୁ ୨୫ ବର୍ଷ ହେଉଛି । ଜାତୀୟ ମାନବାଧିକାର ଆୟୋଗ ଗଠନର ୩୦ ବର୍ଷ ମଧ୍ୟରେ ସମୁଦାୟ ୨୨.୪୮ ଲକ୍ଷ ମାମଲା ଦାୟର ହୋଇ ୨୨.୪୧ କେଶ ଫଇସଲା ହୋଇ ମୋଟ ୨୩୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାରାଶି କ୍ଷତିପୂରଣ ଦିଆଯାଇଛି। ଓଡିଶାରୁ ପାଖାପାଖି ୯୦ ହଜାରରୁ ଉର୍ଦ୍ଧ୍ବ ମାମଲା ଦାୟର ହୋଇଛି। ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାସ ମାନବାଧିକାରକର୍ମୀ ମାନଙ୍କର ଦକ୍ଷତା ସମ୍ପର୍କରେ ଆଲୋକପାତ କରିବା ସହ ସରକାର ସେମାନଙ୍କୁ ସୁଶାସନ ର ସହଯୋଗୀ ଭାବେ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡା କହିଥିଲେ ସାଧାରଣ ଲୋକମାନେ କିପରି ମାନବ ଅଧିକାର ସମ୍ପର୍କରେ ଅଜ୍ଞ ସେ ବିଷୟରେ ଆଲୋକପାତକରିଥିଲେ। ମାନବ ଅଧିକାର କର୍ମୀ ମାନଙ୍କ ପାଇଁ ଏକ କଲ୍ୟାଣ ପାଣ୍ଠି ଗଠନ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ | ପୂର୍ବତନ ମହିଳା ଆୟୋଗ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ମାନବ ଅଧିକାର ବିଷୟକୁ ବିଦ୍ୟାଳୟ ପାଠ୍ୟକ୍ରମ ରେ ସାମିଲ କରିବାକୁ ଗୁରୁତ୍ୱାରୋପ କରିଥିଲେ | ବରିଷ୍ଠ କଂଗ୍ରେସ ନେତ୍ରୀ ମନୋଜା ମଞ୍ଜରୀ ଦେବୀ ମହିଳା ମାନଙ୍କ ଉପରେ ହେଉଥିବା ଉତ୍ପୀଡନ ସଭ୍ୟ ସମାଜର କଳଙ୍କ ଏହା ମାନବାଧିକାର ର ଚରମ ଉଲ୍ଲଙ୍ଘନ ବୋଲି କହିଥିଲେ | ମାନବାଧିକାର କର୍ମୀ ତଥା ବିଜେଡି ନେତ୍ରୀ ମୀରା ପରିଡା ସମାଜରେ ସମାନତା ଆସିପାରିଲେ ମାନବାଧିକାର ସୁରକ୍ଷା ହୋଇପାରିବ ବୋଲି କହିଥିଲେ | ଓଡିଶା ଅଭିଭାବକ ମହାସଂଘ ର ଅଧ୍ଯକ୍ଷ ବାସୁଦେବ ଭଟ୍ଟ ପ୍ରଥମରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମ୍ପୂର୍ଣ ଶିକ୍ଷା ଅଧିକାରକୁ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି ଜୋର ଦେଇଥିଲେ | ସଭାରେ ଅନ୍ୟତମ ଅତିଥି କଂଗ୍ରେସ ର ବରିଷ୍ଠ ଅଧିବକ୍ତା ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଶିବାନନ୍ଦ ରାୟ କହିଥିଲେ ଯେ କିପରି ମାନବାଧିକାର କର୍ମୀମାନେ ସାଧାରଣ ଲୋକଙ୍କ ଆଶା ଓ ଭରଷା ହୋଇପାରିବେ ସେ ବିଷୟରେ ବିସ୍ତ୍ରୁତ ବିବରଣୀ ରଖିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଜିଓଭା ନ୍ୟୁଜ ର ନିର୍ଦେଶକ ନୃସିଂହ ନାଥ ନନ୍ଦ , ମହିଳା ଅଧିକାର କର୍ମୀ ମମତା ସାମନ୍ତରାୟ , ସାମାଜିକ କର୍ମୀ ଉଷାରାଣୀ ବେହେରା , ଏକତା ପରିଷଦର ରାଜ୍ୟ ଆବାହକ ବିଜୟ ପ୍ରଧାନ , ମାନବାଧିକାର କର୍ମୀ ଅଶୋକ ଜେନା ଓ ପ୍ରସନ୍ନ ବିଶୋଇ ପ୍ରମୁଖ ବକ୍ତବ୍ୟ ରଖିଥିଲେ | ଉଦଘାଟନ ସମାରୋହ ପରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ମାନବାଧିକାର କର୍ମୀମାନେ ଆଗାମୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ । ପ୍ରାରମ୍ଭରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଆବାହକ ରାଜୀବ ପଟ୍ଟନାୟକ ସ୍ୱାଗତ ଭାଷଣ ସହ ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମ ସଂଯୋଜକ କଳ୍ପତ ରୁ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ରାଜ୍ୟ ଟ୍ରେନିଂ ସଂଯୋଜିକା ଶ୍ରୀମତୀ ମନୀଷା ଦାସ ପଟ୍ଟନାୟକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏଚ.ଆର .ଏଫ ର ବିଭିନ୍ନ ଜିଲ୍ଲା ସଂଯୋଜକ ମାନେ ପରିଚାଳନା ରେ ସହଯୋଗ କରିଥିଲେ। ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ