'କଳାର ଆନନ୍ଦ ଛାତ୍ର ଜୀବନକୁ ମଧୁମୟ କରେ'ବିଏନ୍‌ଏମ୍‌ଏ କଲେଜରେ ସାଂସ୍କୃତିକ ପ୍ରତିଯୋଗିତା ଉତ୍ସବ ଉଦ୍‌ଘାଟିତ |

113

କଟକ(ଉତ୍କଳ ନିଉଜ)୧୦/୧୨/୨୦୨୩ : ଛାତ୍ରଛାତ୍ରୀମାନେ ଅଧ୍ୟୟନରତ ସହିତ କଳା ଓ ସଂସ୍କୃତି ସମ୍ପନ୍ନ ହେବା ବାଞ୍ଛନୀୟ । କଳା ଓ ସାଂସ୍କୃତିକ ଜ୍ଞାନ ଉଭୟ ବ୍ୟକ୍ତିଜୀବନ ଓ ସମାଜ ଜୀବନକୁ ପରିପୁଷ୍ଟ କରେ ଓ କଳାର ଆନନ୍ଦ ଛାତ୍ର ଜୀବନକୁ ମଧୁମୟ କରେ ବୋଲି ସ୍ଥାନୀୟ ପାଳିଆବିନ୍ଧା ସ୍ଥିତ ବିରଞ୍‌ôଚ ନାରାୟଣ ମାଧବ ଅର୍ଜ୍ଜୁନ କଲେଜ ପକ୍ଷରୁ ରାଜ୍ୟ ସରକାରଙ୍କ ସମନ୍ୱିତ ଯୁବବିକାଶ ଯୋଜନା ଅନ୍ତର୍ଗତ 'ଯୁବ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମର ସାଂସ୍କୃତିକ ପ୍ରତିଯୋଗିତା ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଅଧ୍ୟକ୍ଷ ପ୍ରଫେସର ଅମୂଲ୍ୟ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଓ ଯୁକ୍ତତିନି ସାଂସ୍କୃତିକ ସଂସଦ ସଂଯୋଜକ ଅଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାସଙ୍କ ସଂଚାଳନାରେ କାର୍ଯ୍ୟକ୍ରମର ୨ୟ ଦିବସରେ ସାଂସ୍କୃତିକ ପ୍ରତିଯୋଗିତା ଉତ୍ସବ ଉଦ୍‌ଘାଟିତ ହୋଇଥିଲା । ଯୁକ୍ତତିନି ପ୍ରକଳ୍ପ ଅଧିକାରୀ ଅଧ୍ୟାପକ ମୃତ୍ୟୁଞ୍ଜୟ ନାରାୟଣ ଦାସ ଓ ଯୁକ୍ତଦୁଇ ପ୍ରକଳ୍ପ ଅଧିକାରୀ ଅଧ୍ୟାପକ ତପନ କୁମାର ନାୟକ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଉଭୟ ଯୁକ୍ତଦୁଇ ଓ ଯୁକ୍ତତିନି ସଂସଦ ପକ୍ଷରୁ ସ୍ୱତନ୍ତ୍ର ଭାବେ ନୃତ୍ୟ, ସଂଗୀତ, ଅଭିନୟ ଓ ପାରମ୍ପରିକ ବେଶସଜ୍ଜା ପ୍ରଦର୍ଶିତ ହୋଇଥିଲା । ଅତିଥି ଓ ବିଚାରକ ଭାବେ ବିଶିଷ୍ଟ ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତି, ଓଡ଼ିଶୀ ନୃତ୍ୟଶିଳ୍ପୀ ଆଇନଜୀବୀ ପ୍ରଗତିକା ଦାଶ ଓ ତିହିଡ଼ି ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ରଞ୍ଜନ ନାୟକ ଯୋଗଦେଇ ପ୍ରତିଯୋଗିତାର ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ଚୟନ କରିଥିଲେ । ଯୁକ୍ତଦୁଇ ସ୍ତରରେ ବିଶ୍ୱରଞ୍ଜନ ସାହୁ, ପ୍ରତିମା ପତି, ଅର୍ଚ୍ଚିତା ଜେନା, ବର୍ଷାପ୍ରିୟଦର୍ଶନୀ ଜେନା, ସୁଭାଶିଷ ନାୟକ, ଇତିଶ୍ରୀ ମଲ୍ଲିକ୍‌?, ଅର୍ଚ୍ଚିତା ସେଠୀ କୃତିତ୍ୱ ହାସଲ କରିଥିବା ବେଳେ ଓ ଯୁକ୍ତତିନିରେ ପ୍ରୀତିପ୍ରିୟା ପରିଡ଼ା, ଦୀପକ କୁମାର ସାହୁ, ପ୍ରିୟଙ୍କା ନାୟକ, ଚିନ୍ମୟ କୁମାର ଦାଶ, ବନ୍ଦେବିଶ୍ୱେଶ୍ୱରୀ ଦାସ, ଅଙ୍କିତା ନାୟକ, ଶୁଭମ୍ କୁମାର ନାୟକ, ଲକ୍ଷ୍ମୀପ୍ରିୟା ଦାସ, ଆଶିଷ କୁମାର ସାହୁ, ସ୍ମୃତିକା ମଲ୍ଲିକ୍‌?, ଗୀତାରାଣୀ ଖାମୁରାଇ, ଜ୍ୟୋତିପ୍ରଭା ଜେନା ଓ ମୌନବ୍ରତ କୁଅଁର ପ୍ରମୁଖ କୃତିତ୍ୱ ହାସଲ କରିଥିଲେ । ଯୁକ୍ତଦୁଇ ସାଂସ୍କୃତିକ ସଂସଦ ସଂଯୋଜକ ଅଧ୍ୟାପକ ସୁଧାଂଶୁ ଶେଖର ପଣ୍ଡା, ଉପସଭାପତି ଡକ୍ଟର ରାଜେନ୍ଦ୍ର ଭୁଏ, ଡକ୍ଟର ସାଣ୍ଡ୍ରା ରୋଜାରିଓ ଓ ସାଂସ୍କୃତିକ କ୍ଲବ୍ ସଦସ୍ୟ ଭରତଚନ୍ଦ୍ର ପାତ୍ର ପ୍ରତିଯୋଗିତା ପରିଚାଳନା କରିଥିଲେ । କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ର ପ୍ରତିନିଧି ସହାୟତା କରିଥିଲେ । ଯୁବ ବିକାଶ ଯୋଜନାର ମୁଖ୍ୟ ପରିଚାଳକ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |