କାନ୍ତକବି ଥିଲେ ଉଭୟ ବିଷାଦ ଓ ଆଶାବାଦର ମରମ ଭାଷ୍ୟକାର, ତିହିଡି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ କାନ୍ତକବିଙ୍କ ୧୩୬ତମ ଜୟନ୍ତୀ ପାଳିତ।

118

କଟକ(ଉତ୍କଳ ନିଉଜ)୧୦/୧୨/୨୦୨୩ : ଅଗ୍ରଣୀ ସାହିତ୍ୟ ସଂଗଠନ 'ତିହିଡି ସାହିତ୍ୟ ସାଂସ୍କୃତିକ ମଞ୍ଚ' ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡି ସୈନିକ ସ୍କୁଲ ପରିସରରେ 'ବନ୍ଦେ ଉତ୍କଳ ଜନନୀ'ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୬ତମ ଜୟନ୍ତୀ ଉତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ଶିକ୍ଷାବିତ କବି କୃପାସିନ୍ଧୁ ମହାନ୍ତିଙ୍କ ସଂଚାଳନରେ ଅନୁଷ୍ଠିତ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ତ୍ୟାଗଭୂମି ସଭାପତି ଅଜୟ ନାୟକ ଯୋଗଦେଇ କେବଳ ବନ୍ଦେ ଉତ୍କଳ ଜନନୀ ନୁହେଁ, ବଂଗଳାରେ ରବୀନ୍ଦ୍ର ସଂଗୀତ ପରି ଓଡିଶାରେ କାନ୍ତସଂଗୀତ ସର୍ବତ୍ର ଗାନହେବା ଉଚିତ ବୋଲି କହିଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗଦେଇ କାନ୍ତକବିଙ୍କ ସାରସ୍ବତ ସମ୍ପଦର ବହୁବିଧ ଦିଗ ଉପରେ ଆଲୋଚନା କରିଥିଲେ। ମଞ୍ଚର ଉପଦେଷ୍ଟା ଡକ୍ଟର ବିଶ୍ବରଂଜନ ଦାସ କାନ୍ତକବିଙ୍କ କବିତାରେ ବୈଷ୍ଣବ ଚେତନା ଉପରେ ଆଲୋକପାତ କରିଥିଲେ। ଯୁବକବି ନିରଞ୍ଜନ ବାରିକ୍ ମଞ୍ଚଆହ୍ୱାନ କରିଥିବା ବେଳେ ଆଇନଜୀବୀ ନୀଳମାଧବ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗାଳ୍ପିକ କୈଳାସ ବେହେରା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଯୁବକବି ମନୋଜ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବିପ୍ଳବ ରଞ୍ଜନ ପତି, ପି. ହୃଷୀକେଶ, ବିଶ୍ୱମୈତ୍ରୀ ନାୟକ, ରବିକୁମାର ମହାନ୍ତି, ମନୋରଞ୍ଜନ ମୁଦୁଲି, ବିଚିତ୍ରାନନ୍ଦ ଜେନା, ଜ୍ୟୋତିକୃଷ୍ଣ ସାମଲ, ପତିତପାବନ ପାଣି, ସଂଗ୍ରାମ ସେନାପତି, ମାନସ ପଣ୍ଡା, ମୁକୁନ୍ଦଦେବ ନାୟକ, ଆଶୁତୋଷ କରଣ, ମୁକ୍ତିକାନ୍ତ ନାୟକ, ଅଶୋକ ପାଣିଗ୍ରାହୀ, ନିର୍ମଳଚନ୍ଦ୍ର ଦଳାଇ, ସୁଧାରଞ୍ଜନ ମହାନ୍ତି, ପ୍ରଫୁଲ୍ଲ ପାଢ଼ୀ, ରୀନାରାଣୀ ପାତ୍ର, ରୁବିଲତା ଦାସ, ବୈକୁଣ୍ଠନାଥ ଓଝା, ପୀତାମ୍ୱର ସେଠୀ, ନିତ୍ୟାନନ୍ଦ ମଲ୍ଲିକ, ରଞ୍ଜନ ନାୟକ, ପ୍ରଦୀପ ମହାନ୍ତି, ବାବୁରାମ ରାଉତ, ଶଶୀକାନ୍ତ ବେହେରା, ଅବୁଦୁଲ ଦୟାନ, ରତିକାନ୍ତ ଦାସ, ମୁସ୍ତାକ ଗହ୍ୱର ପ୍ରମୁଖ କବିତାପାଠ କରିଥିଲେ। ସଦସ୍ୟ ତପନ ହାତୀ, ସୁବ୍ରତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଯୋଜକ କବି ବିସ୍ମୟ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |