କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ଉନ୍ମୋଚିତ।

80

କଟକ(ଉତ୍କଳ ନିଉଜ)୧୦/୧୨/୨୦୨୩ : ଓଡ଼ିଆ ସାହିତ୍ୟ ଆକାଶର ଧୃବତାରା, ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୬ତମ ଜନ୍ମ ଜୟନ୍ତୀ ଉତ୍ସବ ଅବସରରେ ଭଦ୍ରକସ୍ଥିତ ବାଇପାସ ଠାରେ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇ ଯାଇଛି। ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାନ୍ତକବିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ। କାନ୍ତକବିଙ୍କ ନାତି ଉମାକଲ୍ୟାଣ ମହାପାତ୍ର, ଭଦ୍ରକ ତ୍ୟାଗଭୂମିର ସଭାପତି ଅଜୟ ନାୟକ, ଅଶୋକ ବଳ, ପଙ୍କଜ ବଳ, ପ୍ରଣୟ ଦାସଙ୍କ ସମେତ ବହୁ ସାହିତ୍ୟିକ, ବୁଦ୍ଧିଜୀବି ଯୋଗଦେଇ କାନ୍ତକବିଙ୍କ ସ୍ମୃତିଚାରଣ କରିଥଲେ। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |