କାନ୍ତକବିଙ୍କ ପୀଠର ଅଧିକ ବିକାଶ ପାଇଁ ପଦକ୍ଷେପ ନିଆଯିବ- ସଂଜୟ ଦାସବର୍ମା |

166

କଟକ(ଟକଲ ନିଉଜ)୦୩/୧୨/୨୦୨୩ : ପ୍ରଥିତଯଶା ସାହିତ୍ୟିକ ତଥା ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦା ପଞ୍ଚାୟତ ଅଧିନ କାନ୍ତକବିଙ୍କ ଜନ୍ମମାଟିରେ ତାଙ୍କ ସ୍ମୃତିରେ ଯେଉଁ ପାଠମନ୍ଦିର ତଥା ସମାଧିପୀଠ ନିର୍ମାଣ ହୋଇଛି ତାହାର ପ୍ରଶଂସା କରିବା ସହ ଏଠାରେ ଅଧିକ ବିକାଶ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମା କହିଛନ୍ତି । ରବିବାର ମଧ୍ୟାହ୍ନରେ ତିହିଡ଼ିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କାନ୍ତକବିଙ୍କ ଜନ୍ମଭୂମି ତାଳପଦରେ ପହଁଞ୍ôଚ କାନ୍ତକବିଙ୍କ ସମାଧିପୀଠରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକୁ ଯେଉଁ ମାଟି ଜଣେ ଯୁଗପୁରୁଷଙ୍କୁ ଜନ୍ମଦେଇଛି ସେହି ମାଟି ସମସ୍ତଙ୍କ ପାଇଁ ନମସ୍ୟ ବୋଲି କହିଥିଲେ । ଏହି ପୀଠର ଅଧିକ ବିକାଶର ଆବଶ୍ୟକତା ରହିଛି ଓ ସେ ଦିଗରେ ସେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉଦ୍ୟମରେ ଅବହେଳିତ ହୋଇ ପଡ଼ି ରହିଥିବା ପୀଠର ଯେପରି ଉନ୍ନତି ହୋଇପାରିଛି ତାହାର ମଧ୍ୟ ସେ ପ୍ରଶଂସା କରିବାକୁ ଭୁଲି ନଥିଲେ । କାନ୍ତ ସ୍ମୃତି ପରିଷଦ ତରଫରୁ ସଭାପତି ଆଡ୍‌ଭୋକେଟ ତଥା ଜିଲା ବିଜେଡି ସାଧାରଣ ସମ୍ପାଦକ ଚିନ୍ତାମଣି ଦାସ, ସମ୍ପାଦକ କାନ୍ତକବିଙ୍କ ନାତି ବାଣିକଲ୍ୟାଣ ମହାପାତ୍ର, ଉପସଭାପତି ରାକେଶ ମହାପାତ୍ର, ସହ ସମ୍ପାଦକ ବିଶ୍ୱରଂଜନ ମହାପାତ୍ର, ସଭ୍ୟ ନିର୍ମଳ ଦାସ, ଘନଶ୍ୟାମ ଦାସ, ଅଜିତ ଦାସ ଓ ଉପେନ୍ଦ୍ର ଜେନା ପ୍ରମୁଖ ଜିଲା ପର୍ଯ୍ୟବେକ୍ଷକଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବିଧାୟକ ସଂଜିବ ମଲିକ, ଜିଲା ପରିଷଦ ସଭ୍ୟ ରୁଜାତା ପଣ୍ଡା, ଜିଲା ବିଜେଡି କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ଧାମନଗର ଯୁବ ବିଜେଡି ସଭାପତି ସୁଧନ୍ୱା ନାୟକ ପ୍ରମୁଖ ଶ୍ରୀ ଦାସବର୍ମାଙ୍କ ସହ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |