ପୂଜ୍ୟପୂଜା ସଂସଦ ପକ୍ଷରୁ ବିଲଣାରେ ବିଶାଳ ସ୍ୱାସ୍ଥ୍ୟ ଶିବିର, ୭ ହଜାର ୮୬୨ ଜଣ ରୋଗୀ ପଞ୍ଜିକୃତ |

75

କଟକ(ଉତ୍କଳ ନିଉଜ)୦୩/୧୨/୨୦୨୩ : ଜନଗଣ ସେବା ପରିଷଦର ୨୬ତମ ବାର୍ଷିକ ଉତ୍ସବ ତିହିଡ଼ି,୦୩.୧୨ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଜନଗଣ ସେବା ପରିଷଦର ୨୬ତମ ବାର୍ଷିକ ଉତ୍ସବ ପୁରୁଣାବଜାରସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ନିଜ ସଂସ୍କୃତିକୁ ସମାଲୋଚନା କରି ଅନ୍ୟର ସଂସ୍କୃତିକୁ ମହାନ କହିବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଯାଇଛି । ନିଜ ସଂସ୍କୃତି ଭିତରେ ରହିଥିବା ଅମୂଳକ ଧାରଣାକୁ ବାଦ ଦେବା ସହ ଅନ୍ୟର ସଂସ୍କୃତିରେ ରହିଥିବା ଉତ୍ତମ ପରମ୍ପରା ଓ ସଂସ୍କତିକୁ ଗ୍ରହଣ କରିନେବା ହିଁ ନିଜ ସଂସ୍କୃତିର ମହାନତା ବୋଲି ପରିଷଦର ପ୍ରାଣ ପ୍ରତିଷ୍ଠାତା ତଥା ସମାଜସେବୀ ଡାକ୍ତର ଦୀନବନ୍ଧୁ ବେହେରାଙ୍କ ପୌରୋହିତ୍ୟ ଓ କବିଶ୍ରୀ ଡାକ୍ତର ଗୋଲକ ପ୍ରସାଦ ବୈୟାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ସେହିପରି ପରିବେଶର ସୁରକ୍ଷା କରିବା ସମସ୍ତଙ୍କ କର୍ତ୍ତର୍ବ୍ୟ ଅଟେ ଓ ଜଣେ ବ୍ୟକ୍ତି ସାମୁହିକ ସ୍ତରରେ ଉଦ୍ୟମ କରିବା ସହ ନିଜର ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରିବା ଆବଶ୍ୟକ ବୋଲି କୁହାଯାଇଥିଲା । ସଭାକାର୍ଯ୍ୟ ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ଦେଶାତ୍ମବୋଧକ ସଂଗୀତ ଗାନ କରାଯାଇଥିଲା । ଏହି ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନାତନ ସାହୁ ମୁଖ୍ୟ ଅତିଥି, ସାମ୍ବାଦିକ ରାମନାରାୟଣ ନାୟକ ମୁଖ୍ୟବକ୍ତା, ସହକାରୀ ଶିକ୍ଷକ ଦୀନରଂଜନ ପାଢ଼ୀ, କବି କଳ୍ପତରୁ ସେଠୀ, ବସନ୍ତ କୁମାର ଦାସ, ନିର୍ମଳ ଚନ୍ଦ୍ର ଦଳେଇ, ପ୍ରବଚିକା ବିଶ୍ୱମୈତ୍ରୀ ନାୟକ, ନାରାୟଣ ଚନ୍ଦ୍ର ଦାସ, କବି ସୁଧାରଂଜନ ବେହେରା ସମ୍ମାନୀତ ଅତିଥିଭାବେ ବକ୍ତବ୍ୟ ରଖିଥିଲେ । ଡାକ୍ତର ବେହେରା ଉପସ୍ଥିତ ଶ୍ରୋତାଙ୍କୁ ଯୋଗଶିକ୍ଷା ପ୍ରଦାନ କରିବା ସହ ସମସ୍ତର ରୋଗର ନିରାକରଣରିବାରେ ଯୋଗର କ୍ଷମତା ରହିଛି ବୋଲି କହିଥିଲେ । ସଂଗୀତଜ୍ଞ ଭାଗିରଥି ସାହୁ ଓ ତାଙ୍କର ଦଳ କାନ୍ତ କବିତା ପରିବେଷଣ କରିଥିଲେ । ସମ୍ପାଦକ କୈଳାଶ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସମାଜସେବୀ ପିତାମ୍ବର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ହୃଷୀକେଶ ପଣ୍ଡା, ରତିକାନ୍ତ ଦାସ, ଆଡଭୋକେଟ ସୁବାଷ ଚନ୍ଦ୍ର ବେହେରା, ବୈକୁଣ୍ଠ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |