ପୂଜ୍ୟପୂଜା ସଂସଦ ପକ୍ଷରୁ ବିଲଣାରେ ବିଶାଳ ସ୍ୱାସ୍ଥ୍ୟ ଶିବିର, ୭ ହଜାର ୮୬୨ ଜଣ ରୋଗୀ ପଞ୍ଜିକୃତ |

84

କଟକ(ଉତ୍କଳ ନିଉଜ)୦୩/୧୨/୨୦୨୩ : ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ପୂଜ୍ୟପୂଜା ସଂସଦ ପକ୍ଷରୁ ବିଲଣା ପଞ୍ଚାୟତ ଅଧିନ ବିଲଣା ସହଯୋଗ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ତଥା ବିଜେଡି ନେତା ସଞ୍ଜୟ କୁମାର ଦାସଙ୍କ ସଂଯୋଜନାରେ ଧାମନଗର ନିର୍ବାଚନ ମଣ୍ଡଳୀ ଅଧିନ ତିହିଡି ବ୍ଲକର ୧୩ଟି ପଞ୍ଚାୟତରୁ ୭ ହଜାର ୮୬୨ ଜଣ ରୋଗୀ ପଞ୍ଜିକୃତ ହୋଇଥିଲେ । କଟକ, ଭୁବନେଶ୍ୱର ସମେତ ଭଦ୍ରକ ଓ ବାଲେଶ୍ୱରରୁ ବରିଷ୍ଠ ବିଶେଷଜ୍ଞ ଓ ଡାକ୍ତରମାନଙ୍କ ଦ୍ୱାରା ରୋଗୀ ସେବା କରାଯିବା ସହିତ ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଛି । ଗ୍ରାମାଞ୍ଚଳରେ ଗରିବ ଖଟିଖିଆ ଓ ମଧ୍ୟବିତ୍ତ ବର୍ଗର ଲୋକେ ଉତ୍ତମ ସେବା ପାଇଥିବା ବେଶ ବାରି ହୋଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଏବର ଜିଲ୍ଲା ପରିଷଦ ସଭ୍ୟା ବିଦ୍ୟୁତଲତା ନାୟକଙ୍କ ପୌରୋହିତ୍ୟ ଓ ଡାକ୍ତର ସଞ୍ଜୟ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିର ଉତ୍ସବରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସଞ୍ଜୟଦାସ ବର୍ମା, ସମ୍ମାନୀତ ଅତିଥିଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ପୂର୍ବତନ ଚାନ୍ଦବାଲି ବିଧାୟକ ବିଜୟ କୁମାର ନାୟକ, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଧାମନଗର ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଜିଲ୍ଲା ପରିଷଦ ଉପାଧକ୍ଷା ଟୁନିବାଳା ବିଶ୍ୱାଳ, ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଧାମନଗର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ଜିଲ୍ଲା ପରିଷଦ ସଭ୍ୟା ରୁଜାତା ପଣ୍ଡା, ପ୍ରଦୀପ ମଲ୍ଲିକ, ବରିଷ୍ଠ ନେତା ଅଜୟ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ତଥା ଆଇନ୍‌ଜୀବି ଚିନ୍ତାମଣି ଦାସ, ପୂର୍ବତନ ଗୁଆମାଳ ସରପଞ୍ଚ ପ୍ରଦୀପ ପଣ୍ଡା, ଯୁବ ନେତା ସୁଧନ୍ୱା ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ତଥା ରାଜ୍ୟ ବାହାରେ ଚିକିତ୍ସା ଲାଗି କାର୍ଡ ଜରିଆରେ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ବ୍ୟବସ୍ତା କରାଯାଇଛି । ଯାହା ଏକ ଲାଇଫ୍ ସେଭିଂ କାର୍ଡ ଭାବେ ପରିଣତ ହୋଇ ପାରିଛି । ସମସ୍ତଙ୍କୁ ଉଚିତ ସେବା ପ୍ରଦାନ କରିବା ଲାଗି ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହରରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଲାଗି ଅସୁବିଧାରୁ ମୁକ୍ତି ମିଳିଥିବା ସଞ୍ଜୟଦାସ ବର୍ମା ଉଦ୍‌ବୋଧନ ଦେଇଥିଲେ । ତେବେ ଏହି ଶିବିରରେ ରୋଗୀଙ୍କ ସମାଗମ ଓ ପରିଚାଳନା ନେଇ ଖୁସି ବ୍ୟକ୍ତ କରିଥିଲେ । ସରପଞ୍ଚ ପବିତ୍ର ମୋହନ ମଳିକ, ଗୌରୀ ଜେନା, ବିରିଷ୍ଠ ନେତା ହରେକୃଷ୍ଣ ଜେନା, ପ୍ରତାପ ଜେନା, ଶଶିକାନ୍ତ ସାମଲ, ଉମେଶ ମହାନ୍ତି, ହରିଶ୍ଚନ୍ଦ୍ର ପାଢୀ, ପ୍ରଫୁଲ ଦାସ, ଭାଗିରଥି ମଳିକ, ଅନିଲ ନାୟକ, ଶଶଧର ସାମଲ, ଗଶେଶ ବିଶ୍ୱାଳ, ଭୀମସେନ ବାରିକ, ବିଶ୍ୱରଞ୍ଜନ ନାୟକ, ଶିଶିର ପଣ୍ଡା, ନଟବର ବାରିକ, ନିର୍ମଳ ଦାସ, ବିଶ୍ୱନାଥ ନାୟକ, ଧନଞ୍ଜୟ ନାୟକ, ଅମର ମଳିକ, ଶରତ ମଳିକ, ବିଷ୍ଣୁମୋହନ ଜେନା, ସରୋଜ ନାୟକ, ରତିକାନ୍ତ ମଳିକ, ଜୟନାରାୟଣ ନାୟକ, ତପନ ପରିଡା, ବଟକୃଷ୍ଣ ମହାଳିକ, ଗଦାଧର ପୁହାଣ, ଜୟପ୍ରକାଶ ମଳିକ, ପ୍ରଶାନ୍ତ ବେହେରା, ଶୁସାନ୍ତ ମଳିକ, ପ୍ରମୋଦ ନାୟକ, ଜ୍ଞାନ ରଞ୍ଜନ ମଳିକ, ଆଲୋକ ଦାସ, ଶରତ ଦାସ, ଆନନ୍ଦ ଚନ୍ଦ୍ର ପଲେଇ, ରାଣାପ୍ରତାପ ନାୟକ, ଅଶୋକ ଦାସ, ଉତ୍ତମ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |