ଚୌଦ୍ୱାର କଟକ ବିଜେପି ପକ୍ଷ ରୁ ଜନ ଆକ୍ରୋଶ ସମାବେଶ ଓ ପ୍ରତିବାଦ ସଭା |

422

କଟକ (ଉତ୍କଳ ନ୍ୟୁଜ ) ୧-୧୨-୨୦୨୩ : ରାଜ୍ୟ ସରକାର ଙ୍କ ଦୁର୍ନୀତି ଭ୍ରଷ୍ଟାଚାର ବ୍ୟଭିଚାର ବିରୁଦ୍ଧ ରେ ଜନ ଆକ୍ରୋଶ ସମାବେଶ ଓ ପ୍ରତିବାଦ ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷ ରୁ ଶୁକ୍ରବାର ଟାଙ୍ଗି ଚୌଦ୍ୱାର ବ୍ଲକ ସମ୍ମୁଖ ରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା | ଆଇନଜୀବୀ ତଥା ଚୌଦ୍ୱାର କଟକ ବିଜେପି ର ବରିଷ୍ଠ ନେତା ପ୍ରମୋଦ ସାହୁ ଙ୍କ ନେତୃତ୍ୱ ରେ ଟାଙ୍ଗି ଚୌଦାର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତ ରୁ ସହ ସହ ବିଜେପି କର୍ମୀ ଟାଙ୍ଗି ସ୍କୁଲ ପଡିଆ ରୁ ଏକ ଶୋଭାଯାତ୍ରା କରି ବ୍ଲକ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ | ବ୍ଲକ ସମ୍ମୁଖ ରେ ଏକ ସଭା କରି ବିଜେଡି ସରକାର ନ୍କ ଉପରେ ଗର୍ଜିଥିଲେ ବିଜେପି ନେତା ପ୍ରମୋଦ ସାହୁ ଏବଂ ଅନ୍ୟ କର୍ମକର୍ତ୍ତା | ୨୪ ବର୍ଷ ର ଭ୍ରଷ୍ଟାଚାରୀ ଦୁର୍ନୀତି ଶାସନ , ପିସି କାରବାର ବନ୍ଦ , ଓଡିଶା ରେ ଗୁଣ୍ଡା ଗରଦି ବନ୍ଦ କରିବାକୁ ନେଇ ସଭା ମଂଚ ରେ ଗର୍ଜିଥିଲେ ବିଜେପି କର୍ମକର୍ତ୍ତା | ଏହି କାର୍ଯ୍ୟକ୍ରମ ରେ ଇନ୍ଦ୍ରାଣୀପାଟଣା ଗ୍ରାମପଂଚାୟତ ସରପଂଚ ଙ୍କ ପ୍ରତିନିଧି ବିନୟ ଚନ୍ଦ୍ର ମଲ୍ଲିକ , ଦୀପକ ସାମନ୍ତରାୟ , ବସନ୍ତ ଦାସ , ବିକାଶ କୁମାର ବେହେରା , ଅଭୟ ସିଂ , ମମତା ଦାସ , ପ୍ରଶାନ୍ତ ରାଉତ , ଲକ୍ଷ୍ମୀଧର ବାରିକ , ଦାମୋଦର ନାୟକ , କଳ୍ପନା ସାହୁ , ଜ୍ୟୋତ୍ସ୍ନା ପରିଡା , ପ୍ରତିମା ନାୟକ , ହେମନ୍ତ ସାହୁ , ଟୁଟୁ ନନ୍ଦ, ପବିତ୍ର ମୋହନ ଷଡ଼ଙ୍ଗୀ , କୁନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ |