ତିହିଡ଼ି ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ |

146

କଟକ(ଉତ୍କଳ ନିଉଜ)୨୬/୧୧/୨୦୨୩ :ଭଦ୍ରକ ଜିଲ୍ଲା ତିହିଡ଼ି ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବେନ୍ଦ୍ର ପ୍ରସାଦ ସାମଲଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟିତ କରିବା ଅବସରରେ ଛାତ୍ର ଛ୍ରାତ୍ରୀ ଏବଂ ଯୁବକ ଯୁବତୀମାନଙ୍କ ବିକାଶ ରାଜ୍ୟ ସରକାରଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିବାସ ସରକାରଙ୍କ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ସମ୍ମାନିତ ଅତଥି ଭାବେ ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର କୁମାର ନାୟକ, ସମାଜସେବୀ ରଘୁନାଥ ପଣ୍ଡା, ସୁରେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ କ୍ରୀଡ଼ା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ବିଧାୟକ ଶ୍ରୀ ରାଉତରାୟ ମେଡାଲ ପ୍ରଦାନ କରିଥିଲେ । ଅଧ୍ୟାପକ ଅଶୋକ କୁମାର ଗୋଚ୍ଛାୟତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରବିନାରାୟଣ କରଣ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଉମାକାନ୍ତ ସେଠୀ, ସମାଜସେବୀ ବାପୁଜୀ ନାୟକ, କୀର୍ତ୍ତନ ରାଉତ, କମଳାକାନ୍ତ ଲେଙ୍କା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଦେବେନ୍ଦ୍ର କୁମାର ଉଦ୍‌ଗାତା, ବିରଂଚିନାରାୟଣ ମହାନ୍ତି, ଲକ୍ଷ୍ମୀକାନ୍ତ ବ୍ରହ୍ମା, ସମର ମାଝୀ, ସୂର୍ଯ୍ୟ ସାରଥି ବାରିକ, ଅଧ୍ୟାପିକା ସଂଘମିତ୍ରା ବେହେରା, ଡ. ପ୍ରଣତି ପଣ୍ଡା, ଡ. ଜାମ୍ବବତୀ ସାହୁ, ସ୍ୱପ୍ନାରାଣୀ ମହାପାତ୍ର, ତନୁଜା ପଣ୍ଡା, ରଜନିଗନ୍ଧା ବିଶ୍ୱାଳ, ମୁଖ୍ୟକିରାଣୀ ସୁକାନ୍ତ କୁମାର ମହାପାପତ୍ରଙ୍କ ସମେତ ଅନ୍ୟ ସମସ୍ତ ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତିହିଡି ରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |