ଭଦ୍ରକ ଜିଲ୍ଲା କୋର୍ଟ ପରିସରରେ ସାମ୍ବିଧାନ ଦିବସ ପାଳିତ |

93

କଟକ(ଉତ୍କଳ ନିଉଜ)୨୬/୧୧/୨୦୨୩ :ଭଦ୍ରକ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଓକିଲ ସଂଘ ଓ ଜିଲ୍ଲା ଆଇନ୍ ପ୍ରାଧିକରଣ ସେବା ସଂସ୍ଥା ତରଫରୁ ସମ୍ବିଧାନ ଦିବସ ରବିବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଜିଲ୍ଲାଜଜ୍ ସଂଗ୍ରାମଜିତ୍ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓକିଲ ସଂଘର ସଭାପତି ନିରାକାର ଜେନା, ସମ୍ପାଦକ ଦିବ୍ୟସିଂହ ନାୟକ, ଅଧିବକ୍ତା ଅରୁଣ ଚାନ୍ଦ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ମନୋରଞ୍ଜନ ଦାସ, ରାଜୀବ ବାରିକ, କାହ୍ନୁଚରଣ ବାରିକ, ମାନସ ଦାସ, ସଞ୍ଜୟ ମହାନ୍ତିଙ୍କ ସମେତ ଜିଲ୍ଲା ପ୍ରାଧିକରଣ ସେବା ସଂସ୍ଥାର ମୁଖ୍ୟ ସମ୍ପାଦକ ନେହା ଅଗ୍ରୱାଲ, ମୁଖ୍ୟ ବିଚାର ବିଭାଗ ବିଚାରପତି ମଞ୍ଜୁଶ୍ରୀ ପାଣି, ଏସଡିଜେଏମ ଚିନ୍ମୟ ପାଢୀ, ବିଚାରପତି ପ୍ରଣତି ପଟେଲ, ଜିଲ୍ଲାଜଜ୍‌ଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଗହଣରେ ଆଜିର ଐତିହାସିକ ସମ୍ବିଧାନ ଦିବସ ଅବସରରେ ସମ୍ବିଧାନର ମୁଖବନ୍ଦରେ ଥିବା ଆମ୍ଭେ ଭାରତୀୟମାନେ ସ୍ୱାଧିନତା ପାଇବା ପରେ ୧୯୪୯ ମସିହା ନଭେମ୍ବର ୧୬ ତାରିଖରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରକାଶିତ ସମ୍ବିଧାନ ପ୍ରେରଣ କରାଯାଇ ସାରା ବିଶ୍ୱରେ ସର୍ବବୃହତ୍ ଗଣତାନ୍ତ୍ରିକ ଦେଶର ସବୁଠୁ ବଡ ଲିଖିତ ସମ୍ବିଧାନ ଦେଶବାସୀମାନଙ୍କ ମଙ୍ଗଳପାଇଁ ଏହି ସମ୍ବିଧାନ ଗୃହିତ କରାଯାଇଥିଲା । ଏହାର ମୁଖ୍ୟବନ୍ଧରେ ଉଲ୍ଲେଖ ହୋଇଥିଲା “ ଆମ୍ଭେ ଭାରତବର୍ଷର ନାଗରିକ ଶପଥ କରୁଅଛୁକି ଆମ୍ଭ ଦେଶରେ ସାର୍ବୋଭୌମତ୍ତସମାଜବାଦୀ, ଧର୍ମନିରପେକ୍ଷ ଓ ଗଣ ଓ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଘୋଷଣାର” ମୂଳ ଆଧାରକୁ ସୁରକ୍ଷିତ କରିବା ସଂଗେସଂଗେ ନ୍ୟାୟ, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ, ଅଧିକାର, ଚିନ୍ତା, କଥାକହିବାର ଅଧିକାର, ବିଶ୍ୱାସ, ଧର୍ମରକ୍ଷା, ସମାନତାର ଅଧିକାର ଓ ସୁଯୋଗକୁ ସୁରକ୍ଷା ପ୍ରଦାନ କରିବାର ଅଧିକାର ସମସ୍ତ ଦେଶବାସୀଙ୍କୁ ଦେବାପାଇଁ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ଓକିଲ ସଂଘର ସଭାପତି ଶ୍ରୀ ଜେନା ସମ୍ବିଧାନର ଧାରା ୧୪ ଓ ୫୧କୁ ସୁରକ୍ଷା ଦେଇ ନାରୀଜାତିକୁ ନ୍ୟାୟ ଦେବା, ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ତ ଦେଶବାସୀଙ୍କୁ ପ୍ରଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ଆଇନ୍ ପ୍ରାଧିକରଣ ସେବା ସଂସ୍ଥାର ସମ୍ପାଦିକ ନେହା ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ । ତିହିଡି ରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |