ବିଏନ୍‌ଏମ୍‌ଏ ମୋ କଲେଜ ଅଭିଯାନର ଦ୍ୱିତୀୟ ବୈଠକ |

102

କଟକ(ଉତ୍କଳ ନିଉଜ)୨୬/୧୧/୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଂଚି ନାରାୟଣ ମାଧବ ଅର୍ଜ୍ଜୁନ ମହାବିଦ୍ୟାଳୟ 'ମୋ କଲେଜ ଅଭିଯାନ'ର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ବରିଷ୍ଠ ପ୍ରତିନିଧି ଅଧ୍ୟାପକ ମୃତ୍ୟୁଞ୍ଜୟ ନାରାୟଣ ଦାସଙ୍କ ପୌରୋହିତ୍ୟରେ ଓ ସଂଯୋଜକ ଡକ୍ଟର ବିଶ୍ୱରଞ୍ଜନ ଦାସଙ୍କ ସଂଚାଳନାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, କମଳାକାନ୍ତ ବିଶ୍ୱାଳ, ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତି, ମୋ କଲେଜର ଅନ୍ୟତମ ପ୍ରତିନିଧି ଅଧ୍ୟାପକ ସରୋଜ କୁମାର ମହାପାତ୍ର, ଏନସିସି ଲେପ୍ଟନାଣ୍ଟ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ୍‌, ଅଧ୍ୟାପକ ଅମିୟ ରଞ୍ଜନ ଦାସ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ବିଭିନ୍ନ ଗଠନମୂଳକ ପରାମର୍ଶ ଦେଇଥିଲେ । ପୁରାତନ ଛାତ୍ର ପ୍ରତିନିଧି ଭାବେ ତାପସ କୁମାର ପାଠୀ, ସୁଧନ୍ୱା ନାୟକ, ପି. ହୃଷୀକେଶ, ଅମର କୁମାର ମଲିକ୍‌, ମାନସ ରଞ୍ଜନ ସାହୁ, ଦୁଷ୍ମନ୍ତ ନାୟକ ଓ ସତ୍ୟବ୍ରତ ନାୟକ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ସଂପ୍ରତି ଅଧ୍ୟୟନରତ ଛାତ୍ରଛାତ୍ରୀ ଓ କର୍ତ୍ତବ୍ୟରତ ଅଧ୍ୟାପକ କର୍ମଚାରୀଙ୍କୁ ଉକ୍ତ ଅଭିଯାନରେ ସାମିଲ୍ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଳରାମ ମହାପାତ୍ର, ବିରଞ୍ôଚ କୁମାର ମହାଳିକ୍‌, ସୁବୋଧ କୁମାର ମିଶ୍ର, ଉଦ୍ଧବ ମହାଳିକ୍ ପ୍ରମୁଖ ଯୋଗଦେଇ କଲେଜର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ରଖିବା ସହିତ ଏହାର କାର୍ଯ୍ୟକାରିତା ଉପରେ ଗୁରତ୍ୱାରୋପ କରିଥିଲେ । ପ୍ରାଥମିକ ଭାବେ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଆଜି ୧ ଲକ୍ଷ ୫ ହଜାର ଟଙ୍କା ମୋ କଲେଜ ଅଭିଯାନ ପାଣ୍ଠି ପାଇଁ ସଂଗୃହୀତ ହୋଇଥିଲା । ଛାତ୍ର ଏସ୍‌.କେ. କରୀମ ବକ୍‌ସ, ଆଶିଷ କୁମାର ଦାସ, ରାକେଶ ସେଠୀ, ଦେବୀପ୍ରସନ୍ନ ନାୟକ, ସିଦ୍ଧାନ୍ତ କୁମାର ପାତ୍ର ଓ ଛାତ୍ରୀ ସରିତା ନାୟକ, ସମୀକ୍ଷା ନାୟକ, ବର୍ଷାରାଣୀ ମହାଳିକ୍‌, ଲିପ୍ସା ମିଶ୍ର, ରାଣୀ ଜେନା, ରଶ୍ମିତା ମହାଳିକ୍‌, ରୀନା ମହାଳିକ୍‌, ଚିକି ମହାଳିକ୍‌, ସ୍ୱସ୍ତିକା ମଲ୍ଲିକ୍‌, କାବ୍ୟାନୀ ନାୟକ, ଜ୍ୟୋତିପ୍ରଭା ଜେନା, ଶୁଭଶ୍ରୀ ସେଠୀ, ଦେବସ୍ମିତା ମଲ୍ଲିକ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପକ ତପନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡି ରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |