ସଂଗୀତ ସୁଦର୍ଶନଙ୍କ ପରିଚୟ କିନ୍ତୁ ସାହିତ୍ୟ ତାଙ୍କୁ ଚିରଂଜୀବୀ କରି ରଖିବ |

23

କଟକ (ଉତ୍କଳ ନ୍ୟୁଜ ) ୧୭-୧୧-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କବି, ଗାଳ୍ପିକ, ସଂଗୀତଗୁରୁ ସୁଦର୍ଶନ ନାୟକଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକ ସଂଗୀତଗୁରୁ ସୁଦର୍ଶନ ନାୟକ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ସଂଗୀତଗୁରୁଙ୍କ ଜନ୍ମମାଟି ଭଦ୍ରକଜିଲ୍ଲା ତିହିଡ଼ି ବ୍ଲକ ଅଧୀନ କମାରିଆ ସ୍ଥିତ ଏପିଏସପିଏସ ହାଇସ୍କୁଲ ପରିସରରେ ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ସ୍ମୃତି ସଂସଦର ସଭାପତି ବରିଷ୍ଠ କଥାକାର ଉମାକାନ୍ତ ମିଶ୍ରଙ୍କ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ତିହିଡ଼ି ଡିଗ୍ରୀ କଲେଜର ଅଧ୍ୟକ୍ଷ ଦେବେନ୍ଦ୍ର ପ୍ରସାଦ ସାମଲ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ତଥା ତ୍ୟାଗଭୂମି ସମ୍ମେଳନର ସଭାପତି ଅଜୟ ନାୟକ, ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ରମେଶ ଚନ୍ଦ୍ର ପ୍ରତାପ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ନିରଂଜନ ନାୟକ, ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତି, ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା ଯୋଗ ଦେଇ ସୁଦର୍ଶନ ସଂଗୀତ ପ୍ରତି ସମର୍ପିତ ଥିଲେ । ସଂଗୀତ ସୁଦର୍ଶନଙ୍କ ପରିଚୟ କିନ୍ତୁ ସାହିତ୍ୟ ତାଙ୍କୁ ସଂସାରରେ ଚିରଂଜୀବୀ କରି ରଖିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି, ଯୁବ ଗାଳ୍ପିକ କୈଳାସ ବେହେରା, ଆଇନଜୀବୀ ବିପ୍ଳବ ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୀତଳ କୁମାର ବେହେରା, ମଥୁରା ମୋହନ ବେହେରା, ଜୟନ୍ତ ମହାନ୍ତି, ପି. ହୃଷିକେଶ, ରବିକୁମାର ମହାନ୍ତି, ନିରଂଜନ ବାରିକ ପ୍ରମୁଖ ସ୍ୱର୍ଗତ ସଂଗୀତଗୁରୁ ସୁଦର୍ଶନଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସଂସଦ ପକ୍ଷରୁ ବର୍ଷିୟାନ ସାରସ୍ୱତ ସାଧକ, ସଂଗୀତଜ୍ଞ, ନାଟକାର ସୁଧାଂଶୁ ଶେଖର ବେହେରାଙ୍କୁ ସଂଗୀତଗୁରୁ ସୁଦର୍ଶନ ନାୟକ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସଂଗୀତଗୁରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥି ଓ ସୁଦର୍ଶନପ୍ରେମୀମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସାମ୍ବାଦିକ ରାଜେଶ କୁମାର ସେଠୀ ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ କବି ବିଜୟ ବେହେରା ଅତିଥି ପରିଚୟ ପ୍ରଦାନ ସମ୍ପାଦିକା ଗୌରୀବାଳା ରାଉତ ସ୍ୱାଗତ ଭାଷଣ, ଯୁଗ୍ମ ସଂପାଦକ ସୁବାସ ଚନ୍ଦ୍ର ଦାସ ସମ୍ପାଦକୀୟ ବିବରଣୀ ପାଠ ଓ କବି ମୁକୁନ୍ଦଦେବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ତିହିଡ଼ି ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ନାୟକଙ୍କ ସମେତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ସ୍ମୃତି ସଂଗୀତ ଗାନ କରିଥିଲେ । ଏହି ଅବସରରେ ସଂଗୀତଗୁରୁଙ୍କ ସ୍ମୃତିରେ ଏକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କଳା ଶିକ୍ଷକ ନିତ୍ୟାନନ୍ଦ ରାଉତ, ସଂଗୀତଶିଳ୍ପୀ ମନୋଜ ଗୁଇଁ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଶେଷରେ ସଂଗୀତ ପ୍ରତିଯୋଗିତାର କୃତି କଣ୍ଠଶିଳ୍ପୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆଶୁତୋଷ କରଣ, ମଂଜୁଲତା ବାରିକ, ଦୈତାରୀ ଜେନା, ରବିନ୍ଦ୍ର ନାୟକ, ବାଇଧର ଜେନା, ସୁକାନ୍ତ ସମୀର ନାୟକ, ଶିକ୍ଷକ ପ୍ରଭାତ ଜେନା, ଉମାକାନ୍ତ ସାହୁ, ମୃତୁଞ୍ଜୟ ପାଣି, ରଂଜନ କୁମାର ଦାସ, ସରୋଜ ପରିଡ଼ା, ତାରକାନ୍ତ ପତି ଏବଂ ସ୍କୁଲର ଶିକ୍ଷାକର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |