ଦହପାଣିଆ ହାଇସ୍କୁଲରେ ଜିଲାସ୍ତରୀୟ ସର୍ଗିଫୁଲ ମହୋତ୍ସବ |

67

କଟକ (ଉତ୍କଳ ନ୍ୟୁଜ ) ୧୭-୧୧-୨୦୨୩: ଭଦ୍ରକ ଜିଲାସ୍ତରୀୟ ସର୍ଗିଫୁଲ ମହୋତ୍ସବ ତିହିଡ଼ି ବ୍ଲକ ଅଧୀନ ଦହପାଣିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ଭଦ୍ରକ ଜିଲା ମଂଗଳ ଅଧିକାରୀ ଉର୍ମିଳା ଗୋଚ୍ଛାୟତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ, ଦହପାଣିଆ, କାନପୁର ଆଶ୍ରମ ସ୍କୁଲ ଓ ରଣଜିତ ଆଶ୍ରମ ସ୍କୁଲ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ. କାଳିପଦ ଦାସଙ୍କ ସଂଯୋଜନା ଓ ପ୍ରଧାନ ଶିକ୍ଷକ ସନତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ କର୍ତ୍ତବ୍ୟନିଷ୍ଠ ହେବାକୁ ପରାମର୍ଶ ଦେଇଥିଲେ । ତିହିଡ଼ି ବିଡିଓ ଜ୍ୟୋତିର୍ମୟ କର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରଶ୍ମିରଞ୍ଜନ ବେହେରା, ଭଣ୍ଡାରୀ ପୋଖରୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଜୟ ଚାନ୍ଦ, ଧାମନଗର ସମ୍ପ୍ରସାରଣ ଅଧିକାରୀ ଚିରଞ୍ଜିବୀ ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୋମନାଥ ମଲିକ, ମୋ ସ୍କୁଲ ଅଭିଯାନ ସଭାପତି ରଘୁନାଥ ମଲିକ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରରେ ବିଜ୍ଞାନ ପ୍ରଦର୍ଶନୀ ସମେତ ସାଧାରଣ ଜ୍ଞାନ, ଡ୍ୟାନ୍ସ, ଗୀତ, ଏକକ ଅଭିନୟ, ବକ୍ତୃତା, ସୃଜନ ଲିଖନ, ଗ୍ରୁପଡ୍ୟାନ୍ସ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିବା ବେଳେ ପ୍ରଥମ ହୋଇଥିବା ପ୍ରତିଯୋଗୀମାନେ ଜୋନସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଘୋଷଣା ହୋଇଥିଲା । ଶାନ୍ତିଲତା ସାମଲ, ଶଶିକାନ୍ତ ପଣ୍ଡା, କ୍ଷୀରାବ୍ଧି ମାଝୀ, ସସ୍ମିତା ସାହୁ, ଯୁବରାଜ ମାଝୀ, ବସନ୍ତ କୁମାର ଗାଗରାଇ, ତୃପ୍ତିମୟୀ ବେହେରା, ମନୋରଂଜନ ମହାରଣା, ଦିଲିପ କୁମାର ସେଠୀ, ସଂଜୟ କୁମାର ପତି, ଅଖିଳ ପ୍ରସାଦ ପତି, ସୁଖଲାଲ ମାରାଣ୍ଡି, ଏ. ଭାନୁମତି, ଶ୍ୟାମସୁନ୍ଦର ଦାସ, ପଞ୍ଚାନନ ଖିଲାର, ସରୋଜ କୁମାର ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।