ନୂଆଗାଁ ଗ୍ରାମ ମହିଳା ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

105

କଟକ (ଉତ୍କଳ ନ୍ୟୁଜ ) ୧୫-୧୧-୨୦୨୩ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନୂଆଗାଁ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ପରିସରରେ ମହାସଂଘର ବିନା ରିଜଲ୍ୟୁସନରେ ସିସିଟିଭି କ୍ୟାମେରା ଲଗାଇ ମହିଳା ମାନଙ୍କ ଆପତ୍ତିଜନକ ଫଟୋ ଉତ୍ତୋଳନ କରିଥିବା ସରପଞ୍ଚଙ୍କୁ ବହିଷ୍କାର କରିବା, ସରପଞ୍ଚଙ୍କ ସ୍ୱାମୀ ତଥା ଠିକାଦାରଙ୍କୁ ଗିରଫ କରିବା, ସିସିଟିଭି ଲଗାଇବା ଘଟଣାରେ ସଂପୃକ୍ତ ମହିଳା ମହାସଂଘର ସଂପାଦିକାଙ୍କୁ ବହିଷ୍କାର, ଜବଦ୍ ହୋଇଥିବା ସିସିଟିଭିକୁ ସାଇବର ପୋଲିସ ଦ୍ବାରା ତଦନ୍ତ କରିବା, ନୂଆଗାଁ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘର ବିଭିନ୍ନ ସମସ୍ୟା ନେଇ ନୂଆଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଦ୍ରକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନ ଓ ଆନ୍ଦୋଳନରେ ମହିଳା ମହାସଂଘ ପକ୍ଷରୁ ନନ୍ଦିନୀ ମାଝୀ, କୁନିଲତା ନାୟକ, ପୁଷ୍ପାଞ୍ଜଳୀ ସାହୁ, ଜୟନ୍ତୀ ସେଠୀ, ସରୋଜିନୀ ମୁଦୁଲି, ଅଞ୍ଜୁଲତା ଘଡାଇ ପ୍ରମୁଖ ନେତୃତ୍ବ ନେଇଥିବା ବେଳେ ମହିଳା ମାନଙ୍କ ଏହି ଗଣତାନ୍ତ୍ରିକ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରତିନିଧି ଦଳରେ ଯୁବନେତା ବିକାଶ ନାଥ, ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ପାଢୀ, ଆଇନଜୀବୀ ଶୋଭା ପଢିଆରୀ, ଛାତ୍ର ନେତା ଷ୍ଟାଲିନ ଟିଟନ ଲେଙ୍କା ପ୍ରମୁଖ ସାମିଲ ଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।