ପାଳିଆବିନ୍ଧା କଲେଜରେ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର।

133

କଟକ (ଉତ୍କଳ ନ୍ୟୁଜ ) ୧୫-୧୧-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ପାଳିଆବିନ୍ଧାସ୍ଥିତ ବିରଞ୍ଚିନାରାୟଣ ମାଧବ ଅର୍ଜ୍ଜୁନ କଲେଜ ଯୁବ ରେଡକ୍ରସ ସଂସ୍ଥା ପକ୍ଷରୁ ପ୍ରଶିକ୍ଷଣ ପ୍ରେରଣା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ାଙ୍କ ସଭାପତିତ୍ୱରେ ଓ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଅମିୟ ରଞ୍ଜନ ଦାସଙ୍କ ସଂଚାଳନାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏନସିସି ଲେପ୍ଟନାଣ୍ଟ କର୍ଣ୍ଣେଲ୍ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୁବ ରେଡକ୍ରସ ସୋସାଇଟି ସଂଯୋଜକ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ଯୋଗଦେଇ ବକ୍ତବ୍ୟ ମାଧ୍ୟମରେ ରେଡକ୍ରସ୍‌ର ଉତ୍ପତ୍ତି, ଉଦ୍ଦେଶ୍ୟ ଓ ପରିସର ଉପରେ ସ୍ୱେଚ୍ଛାସେବୀମାନଙ୍କୁ ସଚେତନ କରାଇବା ସହିତ ପ୍ରାଥମିକ ଚିକିତ୍ସାଠାରୁ ଆରମ୍ଭ କରି ଆପାଦକାଳୀନ ପରିସ୍ଥିତିରେ ସହାୟତା ପ୍ରଦାନ କରିବା ଲାଗି ସ୍ୱେଚ୍ଛାସେବୀମାନେ ବଦ୍ଧପରିକର ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବାଣିଜ୍ୟ ବିଭାଗ ପ୍ରାଧ୍ୟାପିକା ଡ. ଚିନ୍ମୟୀ ସେନାପତି ଜନମଙ୍ଗଳ ସାଧନ କରିବା ରେଡକ୍ରସର ଆଭିମୁଖ୍ୟ ବୋଲି କହିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ସସ୍ମିତା ଦାସ, ପ୍ରଣୟିନୀ ମଲ୍ଲିକ୍‌, ସାଧନା ସେନାପତି, ଆଦ୍ୟାଶ୍ରୀ ବେଜ୍‌, ରାନୁବାଳା ସାମନ୍ତରାୟ, ଲିଜା ବେହେରା, ନମିତା ଦାସ, କ୍ରିଷ୍ଣା ପାଣିଗ୍ରାହୀ, ନମ୍ରତା ଦାସ, ଅନନ୍ୟା ବେଜ୍‌ ଓ ସ୍ୱାଗତିକା ମଲ୍ଲିକ ପ୍ରମୁଖ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।