ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଓକିଲ ସଂଘ।

19

କଟକ (ଉତ୍କଳ ନ୍ୟୁଜ ) ୧୪-୧୧-୨୦୨୩ : ସ୍ଥାନୀୟ ବ୍ଲକ କାର୍ଯ୍ୟlଳୟ ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଚାଲିଥିବା ବେଳେ ବିଭିନ୍ନ ଦାବୀ ନେଇ ଭେଟିଥିଲେ ଓକିଲ ସଂଘ l ଓଡିଶା ସରକାର ଙ୍କ ଆଦେଶ ମତେ ନୂତନ ସବ ରେଜିଷ୍ଟ୍ରସନ ଅଫିସ ତୁରନ୍ତ ଖୋଳାଯାଉ ଓ ଅଫିସ ଖୋଲିବା ପର୍ଯନ୍ତ ଅନ୍ତତ ସଫ୍ତାହକୁ ଦୁଇ ଦିନ ରେଜିଷ୍ଟ୍ରସନ କାମ କରିବା ପାଇଁ ଦାବୀ କରିଥିଲେ l ତା ସହିତ ସକାଳ ଅଫିସ ସମୟରେ ଓ ସନ୍ଧ୍ୟା ରେ ସହର ମଧ୍ୟରେ ଭିଡ଼ କୁ ଦେଖି ଭାରି ଜାନ ବନ୍ଦ କରିବା ଓ ତାଲିମ ପ୍ରାପ୍ତ ଟ୍ରାଫିକ କର୍ମଚାରୀ ରାସ୍ତା ରେ ନିଯୁକ୍ତି କରିବା ଓ ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତି ଙ୍କ ଉପରେ ଦୃଢ କର୍ଯ୍ୟାନୁଷ୍ଠାନ ପାଇଁ ଓକିଲ ସଂଘ ଜିଲ୍ଲପାଳ ଙ୍କୁ ଦାବୀ କରିଥିଲେ | ସବ ରେଜିଷ୍ଟ୍ରର ନିଯୁକ୍ତି ପର୍ଯ୍ୟନ୍ତ ସଫ୍ତାହକୁ ଦୁଇ ଦିନ ରେଜିଷ୍ଟ୍ରସନ ପାଇଁ ଜିଲ୍ଲାପାଳ ତହସିଲଦାର ଙ୍କୁ ନିର୍ଦେଶ ଦେଇଥିଲେ l ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ଜୁନାଗଡ଼ ସହର ସହ କଳାହାଣ୍ଡି ର ସବୁ ସହରରେ ଭିଡ଼ ସମୟରେ ଭାରୀଯାନ ଚଳାଚଳ କୁ ନିଷିଦ୍ଧ କରିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଏସ ଡି ପି ଓ ଧର୍ମଗଡ଼ ଧୀରଜ ଚୋପଦାର ଙ୍କୁ ନିର୍ଦେଶ ଦେଇ ଥିଲେ l ଓକିଲ ସଂଘ ସଭାପତି ଅଶୋକ କୁମାର ପାତ୍ର, ସମ୍ପାଦକ ହିମାଂଶୁ ଶେଖର ବରାଡ଼ ଙ୍କ ସହ ମିଳାପ ଚନ୍ଦ ଜୈନ, କାମାକ୍ଷ ବାଗ, ଅନନ୍ତ ବେହେରା, କୈଳାଶ ଚନ୍ଦ୍ର ଚୌଧୁରୀ ପ୍ରମୁଖ ଜିଲ୍ଲାପାଳ ଙ୍କୁ ଭେଟିଥିଲେ l କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l