ୱେବ ଚ୍ୟାନେଲ ସମ୍ଭାବନା ଲାଇଭର ଲୋଗୋ ଉନ୍ମୋଚନ।

122

କଟକ (ଉତ୍କଳ ନ୍ୟୁଜ ) ୧୩-୧୧-୨୦୨୩ : ଭଦ୍ରକ ଜିଲ୍ଲା ତିହିଡିସ୍ଥିତ ଟାଉନ ହଲରେ ବର୍ଣ୍ଣାଢ୍ୟ ପରିବେଶରେ ୱେବ ଚ୍ୟାନେଲ ସମ୍ଭାବନା ଲାଇଭର ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉନ୍ମୋଚନ ଉତ୍ସବରେ ବହୁ ବରିଷ୍ଠ ସାମ୍ବାଦିକ, ସାମାଜିକ ସଂଗଠନର କର୍ମକର୍ତ୍ତା, ଆଇନଜୀବୀ, ସାହିତ୍ୟିକ, ଛାତ୍ରଛାତ୍ରୀ ତଥା ସମାଜର ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ରାମନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋଗୋ ଉନ୍ମୋଚନ କରି ସମ୍ଭାବନା ଲାଇଭର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସମ୍ଭାବନା ଲାଇଭ୍ ଆଗାମୀ ଦିନରେ ଲୋକଙ୍କ ହୃଦୟ ଜିତିବା ସହିତ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରି ମିଡ଼ିଆ ଜଗତରେ ଉଦାହରଣ ସୃଷ୍ଟି କରିବ ବୋଲି ବକ୍ତବ୍ୟରେ କହିଥିଲେ। ସେହିଭଳି ଭଦ୍ରକ କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ସାମଲ, ଜୀବନ ଜ୍ୟୋତି ସଂଗଠନର ପ୍ରତିଷ୍ଠାତା ଧୀରେନ୍ଦ୍ର ସାହୁ ଏହି ଚ୍ୟାନେଲ ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଲାଇଟ ହେବ ବୋଲି କହିଥିଲେ। ଏହି ଅବସରରେ ଯବାନ ଜ୍ୟୋତିର୍ମୟ ପାଣ୍ଡବ, ଚାନ୍ଦବାଲିର ବରିଷ୍ଠ ଆଇନଜୀବୀ ତଥା ଲେଖକ ଚିତ୍ତରଞ୍ଜନ କବି, ସାହିତ୍ୟିକ ବିଭାଶ ଶଙ୍କର ଦାସ, ସାମ୍ବାଦିକ ତଥା ମାନବାଧିକାର କର୍ମୀ ସୁକାନ୍ତ କୁମାର ସାହୁ, କ୍ଷମାମୟ ପାଣ୍ଡବ, ସାମ୍ୱାଦିକ ସଞ୍ଜୟ ଦାସ, ଜିତେନ୍ଦ୍ର ଦାସ, ସୁବାସ ମହାନ୍ତି, ଖଗେଶ୍ୱର ତ୍ରିପାଠୀ, ନିରଞ୍ଜନ ବାରିକ, ଅନୀଲ ନାୟକ ବିସ୍ମୟ ବିହାରୀ ସାହୁ ପ୍ରମୁଖ ଯୋଗଦେଇ ସମ୍ଭାବନା ଲାଇଭର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ତିହିଡି ଯୁବମଞ୍ଚ ସଭାପତି କୈଳାସ ବେହେରା ସଭା ସଞ୍ଚାଳନ କରିଥିବା ବେଳେ ୱେବ ଚ୍ୟାନେଲ ସମ୍ଭାବନା ଲାଇଭର ସମ୍ପାଦକ ବରିଷ୍ଠ ସାମ୍ବାଦିକ ବାସୁଦେବ ଦାସ ସମ୍ଭାବନା ସୃଷ୍ଟି ହେବାର ଉଦ୍ଦେଶ୍ୟ ନିରପେକ୍ଷ କାର୍ଯ୍ୟ କରିବା ସହିତ ନିରୀହ ନିଷ୍ପେସିତ ଲୋକଙ୍କ ସ୍ୱର ପାଲଟିବ । ଏହାର କାର୍ଯ୍ୟାଳୟ ଚାନ୍ଦବାଲି ବଡ଼ ବଜାରରେ କାର୍ଯ୍ୟ କରୁଛି । ତେବେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |