ପାଳିଆବିନ୍ଧା କଲେଜରେ "ମୋ କଲେଜ ଅଭିଯାନ" |

298

କଟକ (ଉତ୍କଳ ନ୍ୟୁଜ ) ୧୩-୧୧-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ପାଳିଆ ବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ମାଧବ ଅର୍ଜ୍ଜୁନ କଲେଜରେ ଉଚ୍ଚଶିକ୍ଷା ବିଭାଗର ମୋ କଲେଜ ଅଭିଯାନ ପକ୍ଷରୁ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ାଙ୍କ ସଭାପତିତ୍ୱରେ ଓ ମୋ କଲେଜ କୋଅର୍ଡିନେଟର୍ ଅଧ୍ୟାପକ ଡ. ବିଶ୍ୱରଞ୍ଜନ ଦାସଙ୍କ ସଂଚାଳନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରାତନ ଛାତ୍ର ସଂସଦ ଗଠନ, ଅନୁଷ୍ଠାନର ସାମଗ୍ରିକ ଉନ୍ନତି ପାଇଁ ଆର୍ଥିକ ସହାୟତା ପାଣ୍ଠି ସଂଗ୍ରହ, ୨ୟ ଥର ଲାଗି ନାକ୍ କମିଟି ଆହ୍ୱାନ ଓ ୨୦୨୫ରେ ୫୦ ବର୍ଷ ପୂର୍ତ୍ତି ହେଉଥିବାରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ପ୍ରସ୍ତୁତି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ମୋ କଲେଜ ର ବରିଷ୍ଠ ପ୍ରତିନିଧି ଅଧ୍ୟାପକ ମୃତ୍ୟୁଞ୍ଜୟ ନାରାୟଣ ଦାସ ଓ ଅଧ୍ୟାପକ ସରୋଜ କୁମାର ମହାପାତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ପ୍ରତିନିଧି ଭାବେ ପି. ହୃଷୀକେଶ, ପ୍ରମୋଦ କୁମାର ମିଶ୍ର, ତାପସ କୁମାର ପାଠୀ, ବିକ୍ରମ ମହାପାତ୍ର, ବଳରାମ ମହାପାତ୍ର, ବିରଞ୍ôଚ ମଲ୍ଲିକ୍‌, ନିମାଇଁ ଚରଣ ସାହୁ, ମାନସ ରଞ୍ଜନ ସାହୁ, ଅମର କୁମାର ମଲ୍ଲିକ୍ ପ୍ରମୁଖ ଯୋଗଦେଇ ଅଭିଯାନରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରିବାକୁ ପ୍ରସ୍ତାବ ଦେଇଥିଲେ ଓ ତଦନୁଯାୟୀ ଏହାର ୨ୟ ବୈଠକ ଚଳିତ ମାସ ୨୬ ତାରିଖ, ରବିବାର ପୂର୍ବାହ୍ଣକୁ ଧାର୍ଯ୍ୟ କରାଯାଇଥିଲା । ପୋଷ୍ଟକାର୍ଡ ଅଭିଯାନ ମାଧ୍ୟମରେ ଅଧିକ ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ମିଳିତ କରିବା, ପ୍ରତ୍ୟେକ ଶିକ୍ଷକ ଓ ପୁରାତନ ଛାତ୍ର ପ୍ରତିନିଧି ଅନ୍ତତଃ ପାଞ୍ଚଜଣ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରିବା, ବହୁ ସଂଖ୍ୟକ ମହିଳା ପୁରାତନ ଛାତ୍ରୀଙ୍କୁ ସାମିଲ୍ କରିବା, ପ୍ରଚାର ପ୍ରସାର ଲାଗି ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ସାହାଯ୍ୟ ନେବା ଇତ୍ୟାଦି ଉପରେ ପୁରାତନ ଛାତ୍ର ପ୍ରତିନିଧିମାନେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ୍‌, ତପନ କୁମାର ନାୟକ ଓ ବୈଷ୍ଣବଚରଣ ମହାନ୍ତି ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ  ଉତ୍କଳ ନ୍ୟୁଜ |