ଇମ୍ଫା -ଚୌଦ୍ୱାର ଦ୍ୱାରା ନୂତନ ଶବଦାହ ଗୃହ ର ଉଦ୍ଘାଟନ |

491

କଟକ (ଉତ୍କଳ ନ୍ୟୁଜ ) ୦୯-୧୧-୨୦୨୩ : ଇମ୍ଫା ଶିଳ୍ପଗୋଷ୍ଠୀ ର ସାମାଜିକ ଓ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲ୍ଲାପଣ୍ଡା ଫାଉଣ୍ଡେସନ ଦ୍ୱାରା ଚୌଦ୍ୱାର ସ୍ଥିତ ବିଧି ସ୍ମଶାନ ମଧ୍ୟ ରେ ଏକ ନୂତନ ଶବଦାହ ଗୃହ ମାନ୍ୟବର ବିଧାୟକ ଚୌଦ୍ୱାର କଟକ ଶ୍ରୀଯୁକ୍ତ ସୌଭିକ ବିଶ୍ୱାଳ ଙ୍କ ଦ୍ୱାରା ଉଦ୍ଘାଟନ ହୋଇଯାଇଛି | ଏହି ଉଦ୍ଘାଟନ ଉତ୍ସବ ରେ ଚୌଦ୍ୱାର ପୌରପାଳିକା ମାନସୀ ସ୍ବର୍ଣ୍ଣ ପ୍ରଭା ସାମଲ , ୧୦ ନଂ ୱାର୍ଡ ପାରିଷଦ ବିଜୟ ମଲ୍ଲିକ , ୧୨ ନଂ ୱାର୍ଡ ପାରିଷଦ ସୁବ୍ରତ କୁମାର ସାମଲ ,୧୭ ନଂ ୱାର୍ଡ ପାରିଷଦ ଆଶୁତୋଷ ଦାସ , ଇମ୍ଫା ର ବରିଷ୍ଠ ସାଧାରଣ ପ୍ରଶାସକ ଶ୍ରୀ ଲଲାଟ କିଶୋର ମହାପାତ୍ର , ସାଧାରଣ ପ୍ରଶାସକ ଶ୍ରୀ ସୁଜିତ କୁମାର ମିଶ୍ର , ଶ୍ରୀ ସାରଦା ପ୍ରସାଦ ରାଓ , ଶ୍ରୀ ମାନସ ରଞ୍ଜନ ପ୍ରଧାନ , ଶ୍ରୀ ଆଶିଷ ଦାସ ସହିତ ଇମ୍ଫା ର ଲୋକ ସମ୍ପର୍କ ଉପ ପ୍ରଶାସକ ଶ୍ରୀ ଧୃବ ଚରଣ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ | ଏହି ବିଧି ରେ ଥିବା ଏକ ମାତ୍ର ଶ୍ମଶାନ ଯାହା ୪ ରୁ ୫ ଟି ୱାର୍ଡ ର ଲୋକମାନେ ସୁବିଧା ଅସୁବିଧା ସେ ରେ ଏହା ଉପରେ ନିର୍ଭର କରିଆସୁଛନ୍ତି | ବର୍ଷା ଦିନେ ଶବଦାହ ରେ ଲୋକମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଥିବା ରୁ ପ୍ରାକ୍ତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ଅନୁରୋଧ କ୍ରମେ ଏହା ନିର୍ମାଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଅନେକ ବରିଷ୍ଠ ଓ ସାମାଜିକ କର୍ମୀ ମାନଙ୍କ ମଧ୍ୟ ରେ ଶ୍ରୀ ପ୍ରଦୀପ ଦାସ , ଶ୍ରୀ ବିଜୟ ମହାନ୍ତି , ଶ୍ରୀ ସ୍ୱାଧୀନ ଦାସ , ଶ୍ରୀ ଆଶିଷ ବରାଳ ,ସସ୍ମିତା ଦାସ ,କବିତା ବେହେରା , ସନ୍ତୋଷ କୁମାର ଭୂୟାଁ , ରୁଦ୍ରଶିଷ ନାଥ ଆଦି ଉପସ୍ଥିତ ରହି ଇମ୍ଫା ର ଏହି ଭଳି ଜନହିତକାରୀ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ |