ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ।

243

କଟକ (ଉତ୍କଳ ନ୍ୟୁଜ ) ୦୬-୧୧-୨୦୨୩ : ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ନପଙ୍ଗ ପଞ୍ଚାୟତ କଵିସାହି ଅଧିନ ଚଣ୍ଡିମାଆ ପଡିଆ ନିକଟରୁ ଉଦ୍ଧାର ହୋଇଛି ଏପରି ମୃତ ଦେହ। ମୃତା ମହିଳା ହେଲେ ମଣିନାଥପୁର ଗାଁ ତପସ୍ୱିନୀ ଦାସ। ବର୍ଷେ ତଳେ ସେ ବିବାହ କରିଥିଲେ ନପଙ୍ଗ ଗାଁର ସିପୁନ ଦାସଙ୍କୁ । ସିପୁନ ଦାସ ପୂର୍ବରୁ ଜଣଙ୍କୁ ବିବାହ କରିଥିଲା ବେଳେ ତପସ୍ୱିନୀଙ୍କୁ ଭଲ ପାଇ ବିବାହ କରିଥିଲେ। ବିବାହର ଏକ ବର୍ଷ ଭିତରେ ତପସ୍ୱିନୀଙ୍କୁ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ସିପୁନ ଓ ତାଙ୍କ ପରିବାର ଲୋକେ ବୋଲି ମୃତା ତପସ୍ୱିନୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ହଠାତ୍ ଚଣ୍ଡିମାଆ ପଡିଆ ନିକଟରେ ସନ୍ଦେହ ଜନକ ଭାବେ ତପସ୍ୱିନୀଙ୍କ ମୃତ ଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣା ଯାଇଛି। ତେବେ ତପସ୍ୱିନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।