ବ୍ୟାଟେରୀ ଚୋରି ଅଭିଯୋଗରେ ୪ ଗିରଫ।

1479

କଟକ (ଉତ୍କଳ ନ୍ୟୁଜ ) ୦୧-୧୧-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନରେ ବିଭିନ୍ନ ସ୍ଥାନରୁ ଗତ କିଛି ମାସ ଧରି ବ୍ୟାଟେରୀ ଆଦି ଚୋରି ହେଉଥିବା ଘଟଣାରେ ତିନି ଜଣଙ୍କ ସମେତରଫ କରାଯିବା ସହ ଚୋରି ସାମଗ୍ରୀ କ୍ରୟ କରିଥିବା ଅଭିଯୋଗରେ ଆଉ ଜଣେ ବ୍ୟକ୍ତି ଏହିପରି ୪ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ତିନି ଚୋରଙ୍କ ଘର ହେଉଛି କାଁପଡ଼ା ପଞ୍ଚ।।ୟତ ଅଧୀନ ମଠସାହି ଗ୍ରାମର । ଚୋରି କରିଥିବା ଯୁବକମାନେ ହେଲେ କାଁପଡ଼ା ମଠସାହି ଗ୍ରାମର ବିଦ୍ୟାଧର ଦାସଙ୍କ ପୁଅ କର୍ମକାନ୍ତ ଓରଫ କୁନା ଦାସ, ସୀତାକାନ୍ତ ମଳିକଙ୍କ ପୁଅ ସମର ଓ ପଞ୍ଚାନନ ମଳିକଙ୍କ ପୁଅ ପ୍ରଦୀପ । ସେହିପରି ଚୋରି ଜିନିଷ କ୍ରୟ କରିଥିବା ଅଭିଯୋଗରେ ତିହିଡ଼ି ବଜାରରେ ବ୍ୟାଟେରୀ ଦୋକାନ କରିଥିବା ହିଞ୍ଜିଳିକାଟୁ ଥାନା ଅଧୀନ ସାପୁଆବରି ଗ୍ରାମର ବିଦେଶୀ ଓରଫ ବାବୁ ସେଠୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବହୁ ସଂଖ୍ୟାରେ ବ୍ୟାଟେରୀ, ମୋଟର, ଇନଭର୍ଟର ଆଦି ଜବତ କରାଯାଇଛି । ଏ ନେଇ ତିହିଡ଼ି ଥାନାରେ ୩ ଗୋଟି ମାମଲା ମଧ୍ୟ ରୁଜୁ କରାଯାଇଛି । ଅଭିଯୋଗ ଅନୁଯାୟୀ, ରାସ୍ତା ପାଶ୍ୱର୍ରେ ରହୁଥିବା ଗାଡ଼ି, କାର୍ଯ୍ୟାଳୟ ଗୁଡ଼ିକରେ ଥିବା ଇନଭର୍ଟର ଓ ମୋଟର ଆଦିକୁ ଏହି ଯୁବକମାନେ ରାତ୍ରିରେ ଚୋରି କରିନେଉଥିଲେ । ଏହାକୁ ନେଇ ସେମାନେ ବିଭିନ୍ନ ଜାଗାରେ ବିକ୍ରୟ କରିଦେଉଥିଲେ । ଏ ନେଇ ତିହିଡ଼ି ଥାନାରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |