ଅବ୍ୟବସ୍ଥା ମଧ୍ୟରେ ସରିଲା ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ସହାୟକ ଉପକରଣ ଚିହ୍ନଟ ଶିବିର |

210

କଟକ(ଉତ୍କଳ ନିଉଜ)୨୯/୧୦/୨୦୨୩ : ଅବ୍ୟବସ୍ଥା ମଧ୍ୟରେ ସରିଲା ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ସହାୟକ ଉପକରଣ ଚିହ୍ନଟ ଶିବିର । ପ୍ରସାର ପ୍ରସାର ଅଭାବରୁ ତଥା ବ୍ଲକ ପ୍ରଶାସନର ଖାମିଖିଆଲୀ ମନୋଭାବ ଯୋଗୁଁ ଉକ୍ତ ଶିବିରରେ ଯୋଗ ଦେବାକୁ ବହୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ବାଦ୍ ପଡିଥିବା ଚର୍ଚ୍ଚା ହେଉଛି । ବ୍ଲକର ୩୧ଟି ପଞ୍ଚାୟତରେ ମାତ୍ର ୧୦୯ ଜଣ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୩ ଜଣଙ୍କୁ ଉପକରଣ ପ୍ରଦାନ ନିମନ୍ତେ ଚିହ୍ନଟ କରାଯାଇଛି । ତେବେ ଉକ୍ତ ଶିବିରରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠୁଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ମୋହନ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ସହାୟକ ଉପକରଣ ଚିହ୍ନଟ ଶିବିରରେ ସାଂସଦ ମଞ୍ଜୁଲତା ମଣ୍ଡଳ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ଜିଲ୍ଲା ପରିଷଦ ସଭ୍ୟ ଅମୁଲ୍ୟ ମାଝୀ, ରୁଜାତା ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଏବର ଜିଲ୍ଲା ପରିଷଦ ସଭ୍ୟା ବିଦ୍ୟୁତଲତା ନାୟକ, ବିଡିଓ ଜ୍ୟୋତିର୍ମୟ କର, ଅତିରିକ୍ତ ବିଡିଓ ମାନସ କୁମାର ଜେନା, ସମିତି ସଭ୍ୟ ଚିନ୍ତାମଣି ଦାସ, ବାପୁଜୀ ନାୟକଙ୍କ ସମେତ ବ୍ଲକ ସାମାଜିକ ସୁରକ୍ଷା ଅଧିକରୀ ନିିହାର ରଞ୍ଜନ ରାଉତ ଏବଂ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗର ଡାକ୍ତରମାନେ ପରୀକ୍ଷା କରିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ବିଜେଡି ସମର୍ଥିତ ଜନପ୍ରତିନିଧିମାନଙ୍କ ବ୍ୟତିତ ଅନ୍ୟମାନଙ୍କୁ ଅଣଦେଖା କରାଯାଇଥିବା ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିବା । ସେହିପରି ପ୍ରଚାର ପ୍ରସାର ଅଭାବରୁ ଆଶାନୁରୂପ ସଫଳତ ମିଳିନଥିବା ବେଶ ହୋଇଛି । ଅନ୍ୟପଟେ ଉପସ୍ଥିତ ଦିବ୍ୟାଙ୍ଗ ଓ ସେମାନଙ୍କ ସହଯୋଗିଙ୍କୁ ପାଣି ବୋତଲ ଓ ବିସ୍କୁଟ୍ ଦେଇ ସନ୍ତୁଷ୍ଟ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଭୁରିଭୋଜିରେ ଆପ୍ୟାୟିତ କରାଯାଇଥିବା ଅଭିଯୋଗ ହୋଇଛି । ଅବ୍ୟବସ୍ଥା ମଧ୍ୟରେ ଏହି ଶିବିର ଆୟୋଜନ କରାଯାଇଥିବା ଅଭିଯୋଗ କରିଛି ଅଲ୍ ଓଡିଶା ଦିବ୍ୟାଙ୍ଗ ଜନ କଲ୍ୟାଣ ସଂଘ । ସଂଘର ସମ୍ପାଦିକା ଝୁନୁଲତା ଦାସଙ୍କ ସମେତ ସତ୍ୟ ନାରାୟଣ ଦାସ, ମାନସ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ବ୍ଲକ ପ୍ରଶାସନର ଦାୟିତ୍ୱ ହିନତା ସମ୍ପର୍କରେ ଅବଗତ କରିବେ ବୋଲି ଚେତାବନି ଦେଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |