ପୁରୀ "ଆରମ୍ଭ ୨୦୨୪" ର ଶ୍ରୀକ୍ଷେତ୍ର ଲକ୍ଷ୍ମୀ ପ୍ରତିଯୋଗିତା ର ପଞ୍ଚମ ଦିନ |

44

କଟକ (ଉତ୍କଳ ନ୍ୟୁଜ ) ୧୯-୧୦-୨୦୨୩: ବୁଧବାର ମାଳତିପାଟପୁର ଗ୍ରାମ ପଞ୍ଚାୟତ ଠାରେ , "ଆରମ୍ଭ ୨୦୨୪" ର ପୁରୀ ସଦର ୩୦ ଗୋଟି ପଞ୍ଚାୟତ କୁ ଧରି ଚାଲିଥିବା ଶ୍ରୀକ୍ଷେତ୍ର ଲକ୍ଷ୍ମୀ ପ୍ରତିଯୋଗିତା ର ପଞ୍ଚମ ଦିନ ମାଳତୀପାଟ ପୁର ର ଗ୍ରାମ ପଞ୍ଚାୟତ ପରିସର ରେ ଶାନ୍ତି ଶୃଙ୍ଖଳା ପୂର୍ଣ୍ଣ ସମାପନ କରାଯାଇଛି। ଏହି ପ୍ରତିଯୋଗିତା ୩୦ ଗୋଟି ପଞ୍ଚାୟତ ରେ ଚାଲିବ ସବୁ ପଞ୍ଚାୟତ ରେ ଭାଗନେଇଥିବା ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଜାନୁଆରୀ 2024 ରେ ହେବାକୁ ଥିବା ଆରମ୍ଭ ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯିବ। ଆଜିର କାର୍ଯ୍ୟକ୍ରମ ରେ ଅତିଥି ଭାବେ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ ,ସଦର ବ୍ଲକ ଚେୟାରମେନ ଶ୍ରୀଯୁକ୍ତ ଦିବାକର ପାତ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର୍ ମିଶ୍ର,ଯୁବ ସମାଜସେବୀ ଅଭିନାସ ମିଶ୍ର ,ମାଳତୀପାଟ ପୁର ସରପଞ୍ଚ ଶ୍ରୀଯୁକ୍ତ ମହେନ୍ଦ୍ର ମହାପାତ୍ର ଓ ସୁବର୍ଣ୍ଣ ଅଳଙ୍କାର ତରଫରୁ ଅଭିଷେକ ବିନାନି ଅତିଥି ଭାବେ ଯୋଗ ଦେଇଥିଲେ। ଜାତୀୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ଆଶୁତୋଷ ପଟ୍ଟନାୟକ, ଉପ ସଭାପତି ସମୀର୍ କୁମାର ଶତପଥୀ,ସମ୍ପାଦକ ଦେବାଶିଷ ସିଂ,ରାକେଶ ଜେନା,ସୋମ୍ୟରଞ୍ଜନ ମିଶ୍ର,ଗଣେଶ୍ୱର ଦାସ୍,ପ୍ରଭୁପାଦ ମହାପାତ୍ର, ରବୀନ୍ଦ୍ର ଆଚାର୍ଯ୍ୟ,ଆଶିଷ ବେହେରା, ବିଶ୍ୱଜିତ୍ ଦାସ୍,ସୁଜିତ୍ ରାଉତରାୟ, ଜ୍ୟୋତି ରଞ୍ଜନ ମେକାପ ,ପ୍ରଣୟ କୁମାର ରଣସିଂହ, ସନ୍ତୋଷ କୁମାର ବିନ୍ଧାଣି ପରିଚାଳନା କରିଥିଲେ | ପୁରୀ ରୁ ଶରତ ମହାପାତ୍ର ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |