ଯୁଦ୍ଧ ନୁହେଁ ଶାନ୍ତି ପ୍ରତିଷ୍ଠା ଦାବିରେ ଏସ୍ଏଫ୍ଆଇ ପକ୍ଷରୁ ଚାନ୍ଦବାଲି ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ।

92

କଟକ (ଉତ୍କଳ ନ୍ୟୁଜ ) ୧୬-୧୦-୨୦୨୩ : ଯୁଦ୍ଧ ମାନବ ସଭ୍ୟତାର ଶତ୍ରୁ ଅଟେ । ଅତୀତରେ ଅନେକ ଦେଶ ଯୁଦ୍ଧ ମାଧ୍ୟମରେ ସେମାନଙ୍କ ଅର୍ଥନୀତି କୁ ଧ୍ବଂସ କରିବା ସହ ସେମାନଙ୍କ ଦେଶରେ ଅନେକ ନରସଂହାର ଘଟାଇଛନ୍ତି । ବର୍ତ୍ତମାନ ଚାଲିଥିବା ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧରେ ଆକ୍ରମଣ- ପ୍ରତି ଆକ୍ରମଣ ରେ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ ର ହଜାର ହଜାର ଲୋକ ମରୁଛନ୍ତି,ହଜାର ହଜାର ଅଟ୍ଟାଳିକା ମାଟିରେ ମିଶିଯାଉଛି, ଜନବସତି ଗୁଡିକ ଧ୍ବଂସ ସ୍ତୂପରେ ପରିଣତ ହେଉଛି। ଉଭୟ ଦେଶର ଅର୍ଥନୀତି ଆଜି ବିପନ୍ନ ଅଟେ । ମାର୍କିନ୍ ସାମ୍ରାଜ୍ୟବାଦର ନେତୃତ୍ବ ନେଉଥିବା ଯୁକ୍ତ ରାଷ୍ଟ୍ର ଆମେରିକା ଏହି ଯୁଦ୍ଧ କୁ ଚାଲୁ ରଖିବା ପାଇଁ ଇସ୍ରାଏଲ କୁ ଏକ ଲକ୍ଷ ସେନା ବାହିନୀ ଓ ଯୁଦ୍ଧ ଜାହାଜ ଯୋଗାଇବା ଯୋଗୁଁ ଇସ୍ରାଏଲ ପାଲେଷ୍ଟାଇନ ଉପରେ ଆକ୍ରମଣ କରିବା ସହ ଲେବାନନ୍ ଓ ସିରିଆ ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଛି । ଯାହା ସମଗ୍ର ବିଶ୍ବ ପାଇଁ ଏକ ଭୟଙ୍କର ବାତାବରଣ ସୃଷ୍ଟି କରିଛି । ଏହି ଯୁଦ୍ଧକୁ ବଂଦ କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦାବି କରି ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ନେତୃତ୍ବ ର ଐତିହାସିକ ଦେଶ ହିସାବରେ ଆମ ଦେଶ ଭାରତ ଜାତିସଂଘ କୁ ଏକ ଲିଖିତ ଆବେଦନ କରିବା ସହ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ ଦେଶକୁ ଲିଖିତ ନିବେଦନ କରିବା ଦାବି କରି ଏସ୍ଏଫ୍ଆଇ ପକ୍ଷରୁ ଚାନ୍ଦବାଲି ମହାବିଦ୍ୟାଳୟ ସମ୍ମୁଖରେ ଏକ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭ ଆନ୍ଦୋଳନରେ ଏସ୍ଏଫ୍ଆଇ ରାଜ୍ୟ ସଂପାଦକ ଷ୍ଟାଲିନ ଟିଟନ ଲେଙ୍କା, ରାଜ୍ୟ ସାଂଗଠନିକ କମିଟି ସଭ୍ୟ ବିକାଶ ନାଥ,ଚାନ୍ଦବାଲି ମହାବିଦ୍ୟାଳୟ ଛାତ୍ର ନେତା ପିଣ୍ଟୁ ନାୟକ, ପୁଷ୍ପାଞ୍ଜଳୀ ସାହୁ, ପ୍ରମୁଖ ଯୋଗଦେଇ ଯୁଦ୍ଧ ବଂଦ ପାଇଁ ପ୍ରତିବାଦ ସଭା ମାଧ୍ୟମରେ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନକୁ ନିବେଦନ କରିଛନ୍ତି । ଯୁଦ୍ଧ ବଂଦ କରି ଶାନ୍ତି ପ୍ରତିଷ୍ଠା ଦିଗରେ ଆମ ଭାରତ ସରକାର ନିରପେକ୍ଷ ଭୂମିକା ଅବଲମ୍ବନ କରିବାକୁ ସଂଗଠନ ପକ୍ଷରୁ ନିବେଦନ କରା ଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।