କଟକ, ଭୁବନେଶ୍ବର ପରି ଭଦ୍ରକ ହୋଟେଲରେ ଦେହ ବ୍ୟବସାୟ ଠାବ, ଧରା ପଡିଲେ ମାଲିକ ସମେତ ୨ ଗ୍ରାହକ ଓ ୩ ଦେହଜୀବି।

273

କଟକ(ଉତ୍କଳ ନିଉଜ)୦୪/୧୦/୨୦୨୩ : କଟକ, ଭୁବନେଶ୍ବର ପରି ଭଦ୍ରକ ହୋଟେଲରେ ଦେହ ବ୍ୟବସାୟ ଠାବ, ଧରା ପଡିଲେ ମାଲିକ ସମେତ ୨ ଗ୍ରାହକ ଓ ୩ ଦେହଜୀବି। ଭଦ୍ରକ ସହରର ବାଇପାସସ୍ଥିତ ଏକ ଘରୋଇ ହୋଟେଲରେ ଦେହ ବ୍ୟବସାୟୀ ଚାଲୁଥିବା ବେଳେ ଟାଉନ ପୋଲିସର ଚଢ଼ଉ। ଦୀର୍ଘ ଦିନ ଧରି ଏହି ଘରୋଇ ହୋଟେଲରେ ଦେହ ବ୍ୟବସାୟୀ ଚାଲିଥିବା ନେଇ ପୋଲିସ ପାଖରେ ଅଭିଯୋଗ ହୋଇଥିଲା। ଗତକାଲି ସଂଧ୍ଯାରେ ଭଦ୍ରକ ଏସପିଙ୍କ ନିର୍ଦେଶରେ କ୍ରମେ ଟାଉନ ସିଟି ଡ଼ିଏସପିଙ୍କ ସମେତ ଟାଉନ ଥାନା ଆଇଆଇସି ସଦଳବଳେ ଚଢ଼ାଉ କରା ଯାଇଥିଲା। ଏହି ଚଢ଼ାଉ ବେଳେ ମାଲିକଙ୍କ ସମେତ ୨ ଗ୍ରାହକ ଏବଂ ୩ ଜଣ ଦେହଜୀବିମାନଙ୍କୁ ଟାଉନ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଭଦ୍ରକ ବାଇପାସସ୍ଥିତ ଶାଶ୍ୱତ ହୋଟେଲରେ ଚଢ଼ାଉ କରିଛି ଟାଉନ ପୋଲିସ।କାଗଜପତ୍ର ଯାଞ୍ଚ ପରେ ଦେହ ବ୍ୟବସାୟ ନେଇ ସ୍ପଷ୍ଠି ହୋଇଥିଲା। ଦେହଜିବୀଙ୍କ ମଧ୍ଯରୁ ୨ ଜଣ ବାଙ୍ଗୀୟ ଯୁବତୀ ହୋଇଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଟାଉନ ପୋଲିସ ସମ୍ପୃକ୍ତ ହୋଟେଲ ମାଲିକଙ୍କୁ ଅଟକ ରଖିବା ସହ ଗ୍ରାହକ ଓ ଦେହଜିବୀଙ୍କୁ ଟାଉନ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |