ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର ପଞ୍ଚବଟୀ ରେ ଆଶ୍ରମ ର ଉନ୍ନତି ଭକ୍ତମାନଙ୍କ ର ବିକାଶ କିଭଳି ହେବ ଅନେଇ ବୈଠକ |

23

କଟକ (ଉତ୍କଳ ନ୍ୟୁଜ ) ୯-୧୦-୨୦୨୩ : ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର ପଞ୍ଚବଟୀ ରେ ଆଶ୍ରମ ର ଉନ୍ନତି ଭକ୍ତମାନଙ୍କ ର ବିକାଶ କିଭଳି ହେବ ସେଥିପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର ପଞ୍ଚବଟୀ ଆଶ୍ରମର ଷଷ୍ଠ ଅଧିବେଶନ ଅଦ୍ଯ ତା ୮-୧୦-୨୩ରିଖ ମଧ୍ଯଭୁବନେଶ୍ବର ୟୁନିଟ୍ -୫ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପଞ୍ଚବଟୀ ସେବା ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସଞ୍ଜିତା ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ବୈଠକରେ ଆଶ୍ରମର ସର୍ବାଙ୍ଗୀନ ଉନ୍ନତିକରଣ ନିମନ୍ତେ ବହୁ ଉପଦେଶ ମୂଳକ ପ୍ରସ୍ତାବ ସଭ୍ଯ ସଭ୍ଯା ମାନେ ଆଗତ କରିଥିଲେ । ସର୍ବୋପରି ପ୍ରତ୍ୟେକ ମାସରେ ଆଶ୍ରମ ପ୍ରାଙ୍ଗଣରେ ଆଧ୍ୟାତ୍ମିକ ଉତ୍ସବ ହେବା ଓ ଏହାର ସୁପରିଚାଳନା ଦାୟିତ୍ବ ନିମନ୍ତେ ଏକ ଉପଦେଷ୍ଟା ମଣ୍ଡଳୀ ଶ୍ରୀମତୀ ନିରୁପମା ନାୟକ, ଶ୍ରୀଯୁକ୍ତ ଶ୍ରୀନିବାସ ମାନସିଂହ, ଶ୍ରୀଯୁକ୍ତ ଅଶୋକ କୁମାର ମେହେର ଓ ଡକ୍ଟର ସୁଦର୍ଶନ ପଣ୍ଡାଙ୍କୁ ନେଇ ଗଠନ କରାଗଲା । ସର୍ବଶେଷରେ ଶ୍ରୀମତୀ ନିରୁପମା ନାୟକ ଦ୍ବାରା ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇ ସଭା ସାଙ୍ଗ କରାଯାଇଥିଲା। ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।