ଓଡିଶା ର ପୁରପଲ୍ଲୀ ରେ ଘରେ ଘରେ ପ୍ରସ୍ତୁତି ହୁଏ ଘାଣ୍ଟ |

41

କଟକ (ଉତ୍କଳ ନ୍ୟୁଜ )୭-୦୬-୨୦୨୩: ଆଜି ଘାଣ୍ଟ ତରକାରୀ ପର୍ଵ, ଆଶ୍ଵିନ ମାସର କୃଷ୍ଣ ପକ୍ଷ୍ୟ ଅଷ୍ଟମି ରେ ପଡେ ମୂଳା ଅଷ୍ଟମୀ ଓ ଦୂତୀବାହାନ ଓଷା, ଏବଂ ତା ବାସି ଦିନ ପଡେ ଘାଣ୍ଟ ତରକାରି ପର୍ଵ. ଏହି ଦିନ ଓଡିଶା ର ପୁରପଲ୍ଲୀ ରେ ଘରେ ଘରେ ପ୍ରସ୍ତୁତି ହୁଏ ଘାଣ୍ଟ ତରକାରି. ଏହା ଏକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ ଏହି ବ୍ୟଞ୍ଜନ ସବୁ ପରିବା ମିଶି କରି ପ୍ରସ୍ତୁତ ହୋଇଥାଏ, ଏଥିରେ ପାଣିକଖାରୁ, ସାରୁ, କଞ୍ଚା କଦଳୀ, ଦେଶିଆଳୁ, ବୋଇତାଳୁ, ଗଜାମୁଗ, ବୁଟ କୁ ମୁଖ୍ୟ ଭାବରେ ବ୍ୟବହାର କରାଯାଇଥାଏ |ଏଥି ପାଇଁ ପରିବା ବଜାରରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ଼ | ପରିବା ର ଉଚ୍ଚା ଦର କୁ ଖାତିର ନକରି ଲୋକେ ପରିବା କିଣି ଏହି ପର୍ବ କୁ ବେଶ ଧୂମ ଧାମ ରେ ପାଳନ କରନ୍ତି. ଘାଣ୍ଟ ତରକାରୀ ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ ଓ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ହିତକର ହୋଇଥିବାରୁ ଘରେ ଘରେ ଏହାକୁ ପ୍ରସ୍ତୁତ କରି ସମସ୍ତ ଙ୍କୁ ଆନନ୍ଦ ରେ ପରସା ଯାଇଥାଏ.ସେଥିପାଇଁ ଆମ ଓଡିଶା ରେ ଘରେ ଘରେ ଘାଣ୍ଟ ତରକାରୀ ଏକ ସ୍ୱତନ୍ତ୍ର ସ୍ଥାନ ରହି ଆସିଛି ଆମେ ଓଡିଶା ବାସି ଏହି ବ୍ୟଞ୍ଜନ ପାଇଁ ମଧ୍ୟ ବହୁତ ଗର୍ବିତ ଜୟ ଜଗନ୍ନାଥ। ପୁରୀ ରୁ ଶରତ ମହାପାତ୍ର ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |