ଓରମାସ ପକ୍ଷ ରୁ ଉପଭୋକ୍ତା -ବିକ୍ରେତା ସମାବେଶ -୨୦୨୩ ଅନୁଷ୍ଠିତ |

21

କଟକ (ଉତ୍କଳ ନ୍ୟୁଜ ) ୭-୧୦-୨୦୨୩ : ଉତ୍ପାଦ ଗୁଡିକ ର ଚାହିଦା ଏବଂ ଆବଶ୍ୟକତା କୁ ଦୃଷ୍ଟି ରେ ରଖି ଉପଯୁକ୍ତ ବଜାର ସୃଷ୍ଟି କରିବା ସହ ଉପଭୋକ୍ତା ଏବଂ ବିକ୍ରେତା ଙ୍କ ମଧ୍ୟ ରେ ସମନ୍ୱୟ ରକ୍ଷା କରିବା ଏହି ସମାବେଶ ର ମୁଖ୍ୟ ଉଦେଶ୍ୟ | ଏହି ଉପକ୍ରମ ରେ ଉପଭୋକ୍ତା -ବିକ୍ରେତା ସମାବେଶ ୨୦୨୩ କଟକ ଯୋବ୍ରା ସ୍ଥିତ ସାମୁଦ୍ରିକ ସଂଗ୍ରହାଳୟ ର ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ. ଭାବନି ଶଙ୍କର ଚୟନି ଙ୍କ ନିର୍ଦ୍ଧେଶକ୍ରମେ ମୁଖ୍ୟ ଉନ୍ନୟନ ଅଧିକାରୀ - ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ , କଟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି | ବିଭିନ୍ନ ଉତ୍ପାଦ ର ବିକାଶ ଓ ସାମର୍ଥ୍ୟ ଏବଂ ବଜାର ଚାହିଦା ବିକାଶ ଦିଗ ରେ ପଦକ୍ଷେପ ନେବା ସହ ନମୁଁ ଉତ୍ପାଦ ଗୁଡିକ ସମ୍ବନ୍ଧ ରେ ଉପଭୋକ୍ତ ଙ୍କ ପସନ୍ଦ ଏବଂ ମତାମତ ସଂଗ୍ରହ କରିବା , ବିଭିନ୍ନ ଉତ୍ପାଦ ର ସ୍ୱତନ୍ତ୍ର ବଜାର ଚାହିଦା ବୃଦ୍ଧି କରିବା , ବିକ୍ରେତା ମାନଙ୍କ ଭୌଗଳିକ ପରିବେଶ , ଉତ୍ପାଦ ର ପରିମାଣ , ଗୁଣବତ୍ତା , ଧାର୍ଯ୍ୟ ଦର , ପ୍ୟାକେଜିଂ ପ୍ରଣାଳୀ ଓ କରେ ସାମର୍ଥ୍ୟ ଇତ୍ୟାଦି ଅନ୍ତର୍ଭୁକ୍ତ | ଏହି ସମାବେଶ ରେ ଅନ୍ୟ ଏକ ଆଭିମୁଖ୍ୟ ହେଉଛି ଯେ ଗ୍ରାମୀଣ ଉତ୍ପାଦକ ମାନେ ବିଭିନ୍ନ ଉତ୍ପାଦ ପ୍ରସ୍ତୁତି ରେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଏହାର ଉପଯୁକ୍ତ ସମାଧାନ ପନ୍ଥା ବାହାର କରିବା ଉପରେ ଗୁରୁତ୍ୱ ପ୍ରଦାନ | ସମାବେଶ ରେ ଉତ୍ପାଦକଙ୍କ ଉତ୍ପାଦ ଗୁଡିକ ର ବଜାର ଚାହିଦା ମେଣ୍ଟାଇବା ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରିବା | ଦିଗ ରେ ଏକ ମୁକ୍ତ ବିଚାର ର ଆବଶ୍ୟକତା ମଧ୍ୟ ରହିଛି | ଉତ୍ପାଦକ ଗୋଷ୍ଠୀମାନଙ୍କୁ ଅଧିକ ବିଦ୍ୟମାନ କରିବା ସହ ଗ୍ରାମୀଣ ବିପଣନ ସୂକ୍ଷ୍ମ କ୍ରିୟାକଳାପ ସନ୍ଦର୍ଭ ରେ ଜ୍ଞାନ ର ସମ୍ପ୍ରସାରଣ କରିବା ଦିଗ ରେ ଏହି ସମାବେଶହ ବେଶଭାବେ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି | ଏହି ସମାବେଶ ପ୍ରକୃଷ୍ଠ ମୂଲ୍ୟଯୁକ୍ତ କରଣ , ଉତ୍ପାଦ ବିକାଶ , ଉତ୍ପାଦ ର ବିବିଧିକରଣ , ଉପସ୍ଥିତ ଖୁଚୁରା ବିକ୍ରି ବ୍ୟବସ୍ଥା ରେ ବ୍ରାଣ୍ଡ ର ଉନ୍ନତିକରଣ ଇତ୍ୟାଦି ସର୍ବୋତ୍ତମ ପରିମାଣ ହାସଲ କରିବା ନିମନ୍ତେ ଏକ ଉନ୍ମୁକ୍ତ ମଞ୍ଚରୁପ କାର୍ଯ୍ୟକରିବା ର ଲକ୍ଷ ରଖାଯାଇଛି | ଓଡିଶା ସରକାର ଙ୍କ ପଂଚାୟତରାଜ ଓ ପାନୀୟଜଳ ବିଭାଗ ଅଧିନସ୍ଥ ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ ) ଯାହାକି ଏକ ସ୍ୱୟଂଶାସିତ ଅନୁଷ୍ଠାନ , ଗ୍ରାମୁଁ ଉନ୍ନୟନ , ନାରୀ ସଶକ୍ତିକରଣ , ଜୀବିକା କାର୍ଯ୍ୟକଳାପ ଓ ଗ୍ରାମୀଣ ବିପଣନ ଦିଗ ରେ ଏହି ଅନୁଷ୍ଠାନ କାର୍ଯ୍ୟରତ | ଗ୍ରାମୀଣ ଟପ୍ସ ଗୁଡିକ ଚିହ୍ନଟ କରିବା ସହିତ ରାଜ୍ୟସ୍ତର ରେ ସେଗୁଡିକ ର ବିପଣନ ଦିଗ ରେ ଅନେକ ପଦକ୍ଷେପ ନେଇଆସୁଛି , ଯା ଦ୍ୱାର ବ୍ୟବସାୟିକ ଆଭିମୁଖ୍ୟ ପରିଵୃଦ୍ଧ ହେବା ସହ ଉପଭୋକ୍ତା ଙ୍କୁ ଭାଗିଦାରୀ ଗଠନ କରିବାର କୌଶଳ ଓ ଉଦ୍ୟୋଗ ସମ୍ଵନ୍ଧିତ ଜ୍ଞାନ ର ଆହରଣ କରିବା ନିମନ୍ତେ ଅବସର ମିଳିପାରିବ | ଅନ୍ୟମାନଙ୍କ ମଧ୍ୟ ରେ ଜୁବିଶ ଡିଜାଇନର ହାଉସ , ଧରିତ୍ରୀ ଉଦ୍ୟାନ ପ୍ରାଇଭେଟ ଲିମିଟେଡ଼ , ଅର୍ଚିଡ଼ ବାୟୋଟେକ , ସ୍ମାଇଲ ଡ଼ହି, ଭେଜି କାଟ , ଟିଏଚକ୍ୟ ଫଡ ଆଣ୍ଡ ବିଭେରେଜ , ସାନ୍ତିମହିଳା ଉଦ୍ୟୋଗ ପ୍ରାଇଭେଟ ଲିମିଟେଡ଼ ଇତ୍ୟାଦି କର୍ପୋରେଟ ସଂସ୍ଥା ମଧ୍ୟ ଏହି ସମାବେଶ ରେ ଅଂଶଗ୍ରହଣ କରିଥିଲେ | ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ , ଓରମାସ ଶ୍ରୀ ବିପିନ ବିହାରୀ ରାଉତ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା କରିଥିବା ବେଳେ ଓରମାସ ର ଅନ୍ୟତମ ଅଧିକାରୀ ଡ଼ଃ. ଶ୍ରୀକାନ୍ତ ପାରୀଜା ଧନ୍ୟବାଦ ଅର୍ପଣ କରିଥିଲେ |