ମହାନଦୀ ଡିଗ୍ରୀ ମହାବିଦ୍ୟାଳୟ କଖଡି ର +୩ ନୂତନ ଛାତ୍ରଛାତ୍ରୀ ଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ |

112

କଟକ (ଉତ୍କଳ ନ୍ୟୁଜ ) ୫- ୧୦- ୨୦୨୩ : ମହାନଦୀ ଡିଗ୍ରୀ ମହାବିଦ୍ୟାଳୟ କଖଡି ର +୩ ନୂତନ ଛାତ୍ରଛାତ୍ରୀ ଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥିଭାବେ ମାନ୍ୟବର କୃଷିମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ( ରାଜା ଭାଇ ) ଙ୍କ ସହ ସମ୍ମାନିତ ଅତିଥି ଭାବେ କଖଡି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ କଳ୍ପନା ଛତାର ଯୋଗ ଦେଇଥିଲେ । ପ୍ରଥମେ ଓଡ଼ିଶା ର ଆରାଧ୍ୟ ଠାକୁର ପ୍ରଭୁ ଜଗନ୍ନାଥ ଙ୍କ ଫଟୋଚିତ୍ର ରେ ପୁଷ୍ପ ଓ ଧୂପ ଦେବା ପରେ ସ୍ବାଗତ ସଭା ଅନୁଷ୍ଠିତ ହୋଇଥିଲା । ନୂତନ ଛାତ୍ରଛାତ୍ରୀ ଙ୍କ ମୁଣ୍ଡରେ ଚନ୍ଦନ ଲଗାଇ ମୁଣ୍ଡ ଉପରକୁ ଫୁଲ ଛିଞ୍ଚି ସ୍ବାଗତ କରାଯାଇଥିଲା । ନୂତନ ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ଉପରେ ଅତିଥି ଓ ଛାତ୍ର ଛାତ୍ରୀ ମାନେ ଅଭିଭାଷଣ ରଖିଥିଲେ । ଏହି ଅବସରରେ କଖଡି ଗ୍ରାମ୍ୟ କମିଟି ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ ଛତାର +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଂଜିତ କୁମାର ସ୍ୱାଇଁ , ମହାନଦୀ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ଖଟୁଆ , ସମିତି ସଭ୍ୟ ଶ୍ରୀମାନ ପ୍ରଦୀପ କୁମାର ମହାନ୍ତି , କଟକ ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ଶ୍ରୀଯୁକ୍ତ ନରେନ୍ଦ୍ର ସାହୁ ଙ୍କ ସହିତ ମହାବିଦ୍ୟାଳୟ ଅଧ୍ୟାପକ , ଅଧ୍ୟାପିକା , ବିଜୁ ଜନତା ଦଳ କଖଡି ସଭାପତି ରଞ୍ଜନ କୁମାର ମୁଦୁଲି , ସନାତନ ମହାନ୍ତି , ନୃସିଂହ ବେହେରା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କଖଡି ରୁ ସୌମ୍ୟ ରଞ୍ଜନ ବାରିକ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |