ସମନ୍ଵିତ ରୋଗ ପୋକ ପରିଚାଳନା କେନ୍ଦ୍ର(ଭୁବନେଶ୍ୱର) ତରଫରୁ ସ୍ୱାସ୍ଥ୍ୟ ହିଁ ସେବା ଓ ସ୍ଵଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ |

16

କଟକ (ଉତ୍କଳ ନିୟୁଜ) ୦୨-୧୦-୨୦୨୩ : ପୁରୀ ଜିଲ୍ଲା କଣାସ,ଝାରକଣ୍ଟା , କଣ୍ଟାବଣିଆ ଗ୍ରାମ ରେ ସମନ୍ଵିତ ରୋଗ ପୋକ ପରିଚାଳନା କେନ୍ଦ୍ର(ଭୁବନେଶ୍ୱର) ତରଫରୁ ୦୧/୧୦/୨୦୨୩ ତାରିଖ ରେ ତିନୋଟି ସ୍ଥାନରେ ସ୍ବସ୍ଥତା ହିଁ ସେବା କାର୍ଯ୍ୟକ୍ରମ ସ୍ଵଚ୍ଛ ଭାରତ ମିଶନ ଅନ୍ତର୍ଗତ ରେ ସଫଳତା ପୂର୍ବକ ସମ୍ପନ୍ନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ର ମୁଖ୍ୟ ରାଜେନ୍ଦ୍ର ପ୍ରଧାନ,ସୁବାଶିଷ ସ୍ବାଇଁ, ମଧୁମିତା ପାତ୍ର,ସୁତାପା ରାୟ, ଧୃବଚରଣ ରାୟ, ନିଜାମୁଦ୍ଦିନ ଖାନ୍ , ସଙ୍ଗୀତା ଦାସ ଏବଂ ଅନ୍ୟ କ୍ରମଚାରି ଉପସ୍ଥିତ ରହିଥିବା ବେଳେ ସେହି ଗ୍ରାମର ଚାଷୀ ଭାଇମାନେ ଉପସ୍ଥିତ ରହିଥିଲେ। ତିନୋଟି ସ୍ଥାନରେ ପରିବେଶ କୁ କିଭଳି ଭାବେ ସ୍ଵଚ୍ଛ ରଖିବା ବିଷୟ ରେ ଆଲୋଚନା କରିବା ସହିତ ପରିବେଶ କୁ ସଫା କରାଯାଇଥିଲା।