ସାତଦଫା ଦାବୀନେଇ ଗର୍ଜିଲା ପାଚିକା ସହାୟିକା ସଂଘ |

196

କଟକ (ଉତ୍କଳ ନ୍ୟୁଜ ) ୩୦-୦୯-୨୦୨୩ ସାତଦଫା ଦାବୀନେଇ ଗର୍ଜିଲା ପାଚିକା ସହାୟିକା ସଂଘ । ସି.ଆଇ.ଟି.ୟ ଅଧିନ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚିକା ସହାୟିକା ସଂଘ ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଏପରି ଗର୍ଜନ କରିଛି । ଦାବୀ ପୂରଣ କରାନଗଲେ ଆଗାମି ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନି ଦେଇଛନ୍ତି । ପାଚିକା ସହାୟିକା ମାନଙ୍କୁ ମାସିକ ସର୍ବନିମ୍ନ ୨୬ ଶହ ଟଙ୍କା ମଜୁରୀ ଦେବା ପାଇଁ ନିବେଦନ କରୁଥିଲା ବେଳେ ଗତ ତା ୧୬. ୧୨.୨୦୧୭ରିଖ ଓଡ଼ିଶା ସରକାରଙ୍କ ଘୋଷଣା ମୁତାବକ ସର୍ବନିମ୍ନ ୨୦୦୦ ଟଙ୍କା ପରିବର୍ତ୍ତେ ମାସିକ ୧୪ ଶହ ଟଙ୍କା ମଜୁରୀ ପ୍ରଦାନ କରିବା ଏବଂ ବର୍ଷକୁ ୧୨ ମାସ ପରିବର୍ତ୍ତେ୧୦ ମାସର ମଜୁରୀ ଦିଆଯାଉଅଛି ଯାହାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଶା କର୍ମୀଭଳି ମଧ୍ୟାହ୍ନଭୋଜନ କର୍ମୀ ଓ ସହାୟିକମାନଙ୍କର ଅବସର ବୟସ ୬୦ ପରିବର୍ତ୍ତେ ୬୨ କରାଯାଉ । ପ୍ରତ୍ୟେକ ସ୍କୁଲର କାମ କରୁଥିବା ପାଚିକା ସହାୟିକାମାନଙ୍କୁ ବର୍ଷକୁ ଦୁଇ ଖଣ୍ଡ ଶାଢ଼ି ନଚେତ ୧୦୦୦ ଟଙ୍କା ମାସକୁ ହାତ ଧୋଇବା ପାଇଁ ମାସିକ ସାବୁନ ଖର୍ଚ୍ଚ ଏବଂ ସମସ୍ତ କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପ୍ରଦାନ କରିବା, ଛଟେଇ କରାଯାଇଥିବା ପାଚିକାମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା, ଅଧିକ ଛାତ୍ରଛାତ୍ରୀଥିବା ସ୍କୁଲରେ ପୁନଃ ପାଚିକା ନିଯୁକ୍ତି କରିବା ଏବଂ ସମସ୍ତ ପାଚିକାମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରିବା, ସମସ୍ତ ମଧ୍ୟାହ୍ନଭୋଜନ କର୍ମୀମାନଙ୍କୁ ସରକାରୀ ମାନ୍ୟତା କରିବା, ପ୍ରୋଭିଡେଣ୍ଟ ଫଣ୍ଡ, ପେନସନ୍‌ର ବ୍ୟବସ୍ଥା ଓ ବୀମାଭୁକ୍ତ କରିବା ଏବଂ ଅସଂଗଠିତ ଶ୍ରମିକ ରୂପେ ମାନ୍ୟତା ପ୍ରଦାନ କରିବା, ବିଦ୍ୟାଳୟରେ ବିଭିନ୍ନ କାରଣରୁ ଛଟେଇ ହୋଇଥିବା ପାଚିକାମାନଙ୍କୁ ପୁନଃନିଯୁକ୍ତି ପାଇଁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ଅଦ୍ୟାବଧୂ ପ୍ରଧାନଶିକ୍ଷକମାନେ ପାଚିକା ସହାୟିକାମାନଙ୍କୁ ନିଯୁକ୍ତି ଦେଉନାହାନ୍ତି ଏହା ତଦନ୍ତ କରାଯାଇ ସେମାନଙ୍କ ନିଯୁକ୍ତି ପାଇଁ ବିହିତ ପଦକ୍ଷେପ କରିବା ଏବଂ ଶେଷରେ ଶ୍ରମିକ ବିରୋଧ ଶ୍ରମ କୋର୍ଡ଼କୁ ପ୍ରତ୍ୟାହାର କରିବା ଆଦି ଦାବି କରାଯାଇଛି । ଏହି ଅବସରରେ ବରିଷ୍ଠ ନେତା ଆଇନ୍‌ଜୀବି ବିଷ୍ଣୁ ଦାଶଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରାଯାଇଥିଲା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇ ସଚେତନ କରିବା ସହିତ ତୁରନ୍ତ ଦାବୀ ପୂରଣ କରାନଗଲେ ଆଗାମି ନିର୍ବାଚନରେ ଭୋଟ୍ ବର୍ଜନ କରାଯିବ ବୋଲି ଚେତାବନି ଦିଆଯାଇଛି । ନାରୀନେତ୍ରୀ ସୀତାରାଣୀ ଦାଶ, ପ୍ରଭାତୀ ଦାଶ, ବାସନ୍ତୀ ବେହେରା, ଆଇନ୍‌ଜୀବି ମଳୟ କୁମାର ଭୋଇ, ମହେଶ୍ୱର ନାୟକ, ନୟନା ତ୍ରିିପାଠୀ, ମନ୍ଦଦୋରୀ ବୋଇତି, ମାଳତୀ ନାୟକ, ଶାନ୍ତିଲତା ସେଠୀ, ସେବତୀ ସାହୁ, କରୁଣାକର ସାହୁ, ଗୟାଧର ସେଠୀ, ଦିଲ୍ଲିପ ନାଥ, ନିର୍ମଳ ଦଳେଇ, ଭାଗବତ ସେନାପତି, ସତ୍ୟବ୍ରତ କୁଣ୍ଡ, ଭାରତୀ ଦାସ, ଉଷାମଣି ନାୟକ, ଉର୍ବଶୀ ପାଣିଗ୍ରାହୀ, ଅନ୍ନପୂର୍ଣ୍ଣା ଦାସ, ଲୀଳା ସେଠୀ, ଅଞ୍ଜଳୀ ଜେନା, ନମିତାସାହୁ ଓ ଭାରତୀ ସାହୁ ପ୍ରମୁଖ ଶତାଧିକ ସାମିଲ ହୋଇ ଉଭୟ ତହସିଲଦାର ଓ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାତଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।