ଜୁନାଗଡ଼ରେ ମହାପୁରୁଷ ମହମ୍ମଦ ଙ୍କ ଜନ୍ମଜୟନ୍ତୀ ଜୟନ୍ତୀ ପାଳିତ।

117

କଟକ (ଉତ୍କଳ ନ୍ୟୁଜ ) ୨୮-୦୯-୨୦୨୩ : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସୁନ୍ନି ଜମାତ କମିଟି ପକ୍ଷରୁ ପ୍ରଫେଟ ମହମ୍ମଦ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଆଜି ସକାଳୁ ସମସ୍ତ ମୁସଲମାନ ଭାଇଭଉଣୀ ମସଜିଦ ଠାରେ ଏକତ୍ରିତ ହୋଇଥିଲେ । ପରେ ମସଜିଦରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପୁରୁଣାବସ ଷ୍ଟାଣ୍ଡ, କଲମପୁରର ଛକ, ନୂଆ ବସ ଷ୍ଟାଣ୍ଡ, ଇନ୍ଦିରା ଗାନ୍ଧୀ ଛକ ଦେଇ ପୁଣି ମସଜିଦ କୁ ଆସିଥିଲେ । ଏହି ଶୋଭାଯାତ୍ରାରେ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଲୋକଙ୍କୁ ସଚେତନତା କରିବା ସହ ଜିଲ୍ଲା ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁନ୍ନି ମୁସଲିମ କମିଟିର ସଭାପତି ମହମ୍ମଦ ହନୀପ, ସମ୍ପାଦକ ରଫିକ ଖାନ, କୋଷାଧ୍ୟକ୍ଷ ସେକ ରୋଷନ ଅଲ୍ଲୀ, ସାହିଲ ଖୁରେସି, ଶେଖ ଅବଦୁଲ ମହସିନ, ଅବଦୁଲ କରିମ ସମେତ ଶତାଧିକ ମୁସଲମାନ ଭାଇଭଉଣୀ ଉପସ୍ଥିତ ଥିଲେ । କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l