ତିହିଡିରେ “କସ୍ମୋ ବଜାର” ଉଦ୍‌ଘାଟିତ।

648

କଟକ (ଉତ୍କଳ ନ୍ୟୁଜ ) ୨୭-୦୯-୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଛକ ନିକଟରେ “କସ୍ମୋ ବଜାର” ଉଦ୍‌ଘାଟିତ ହୋଇଯାଇଛି । ଏଣିକି ଗ୍ରାହକମାନେ କଟକ, ଭୁବନେଶ୍ୱର ଓ ଭଦ୍ରକ ସହର ଭଳି ଏହି ଶୋ ରୁମ୍‌ରୁ ଉଚିତ୍ ମୂଲ୍ୟରେ ବିଭିନ୍ନ ପ୍ରକାରର ସାମଗ୍ରୀ ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ପିଲାମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ/ବୃଦ୍ଧା ପର୍ଯ୍ୟନ୍ତ ଏପରିକି ଅନ୍ୟାନ୍ୟା ସାମଗ୍ରୀ ସମସ୍ତଙ୍କ ଆବଶ୍ୟକ ମୁତାବକ ଉପଲବ୍ଧ ହୋଇ ପାରିଛି । ଏବଂ ଗରିବ ଶ୍ରେଣୀ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ପର୍ଯ୍ଯନ୍ତ ଏପରିକି ଦାମିକିଆ ସାମଗ୍ରୀ ମଧ୍ୟ ମିଳି ପାରିବ । ଜିଲ୍ଲା ସ୍ତରରୁ ବ୍ଲକ ସ୍ତରର ଗ୍ରାହକ ସପିଂ ମଲର ମଜ୍ଜା ନେବାକୁ ଲକ୍ଷ୍ୟ ରଖିଛି କମ୍ପାନୀ । ଦେଶର କମ୍ପାନୀର ଏହା ୪୦ ତମ ଏବଂ ଓଡିଶାର ଏହା ୬ଷ୍ଠ ତମ ଶୋ ରୁମ । ବାଲେଶ୍ୱର, ଜଳେଶ୍ୱର, ବାସୁଦେବପୁର, ଯାଜପୁର ଟାଉନ୍ ଓ କଟକ ପରେ ଭଦ୍ରକ ଜିଲ୍ଲା ତିହିଡିରେ ଏପରି ଅତ୍ୟାଧୁନିକ “କସ୍ମୋ ବଜାର” ଗ୍ରାହଙ୍କ ପାଇଁ ଉଦ୍ଦିଷ୍ଟ କରାଯାଇଛି । ଉଦ୍‌ଘାଟନ ଦିନଠାରୁ ପ୍ରତ୍ୟେକ କିଣା ଉପରେ ୪ ଦିନ ଧରି ଗିପ୍ଟ ରହିଛି । ଏବଂ କେତେକ ସ୍ୱତନ୍ତ୍ର ସାମଗ୍ରୀ ଉପରେ ଗୋଟିଏ କିଣିଲେ ଆଉ ଗୋଟିଏ ପ୍ରୀ ମିଳିବ ବୋଲି ସୂଚନା ମିଳିଛି । ଏଥିସହ ପ୍ରତିଦିନ ଏକ ଲକି ଡ୍ର ର ସୁବିଧା ରହିଛି ଯେଉଁଥିରେ ଏକ ଫ୍ରୀଜ୍ ଉପହାର ମିଳିବାର ସୁବିଧା ରହିଛି । ସେହିପରି ଆଗାମି ପୂଜା ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରକାର ଗିପ୍ଟ ଓ ଲକି ଡ୍ର ର ସୁବିଧା କରାଯିବ ବୋଲି କୁହା ଯାଇଛି । ଯାହାକୁ ନେଇ କମ୍ପାନୀ ତିହିଡିରେ ଭଲ ବ୍ୟବସାୟ କରି ପାରିବ ବୋଲି ଆଶା କରିଛି । ଏତତ୍‌ ବ୍ୟତିତ ସ୍ଥାନୀୟ ଲୋକଙ୍କ ଆବଶ୍ୟକ ମୁତାବକ ଆନ୍ୟାନ୍ୟା ସାମଗ୍ରୀ ଉପଲବ୍ଧ କରି ବୋଲି ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ କମ୍ପାନୀ ପକ୍ଷରୁ ସୂଚନା ମିଳିଛି। କସ୍ମୋ ବଜାରର ପରିଚାଳନା ନିର୍ଦ୍ଦେଶକ ଅମନରାଜ ବଙ୍କଜ, ସମ୍ମାନିତ ଅତିଥିଭାବେ ତିହିଡି ଥାନାଧିକାରୀ ମହମ୍ମଦ ହାଫିଜଙ୍କ ସମେତ ଓଡିଶା ମୁଖ୍ୟ ବିଜୟ କୁମାର ପଣ୍ଡା, ତିହିଡି ପରିଚାଳକ ରମେଶ ଚନ୍ଦ୍ର ରାଉତ ଓ ରାକେଶ କୁମାର ସାହୁ ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |