ଆଇ ଏଣ୍ଡ ୟୁ ପକ୍ଷରୁ ରକ୍ତଦାନ ଶିବିର, ୪୩ ୟୁନିଟ୍ ସଂଗୃହିତ |

115

କଟକ (ଉତ୍କଳ ନ୍ୟୁଜ ) ୨୧-୦୯-୨୦୨୩ : ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ କମାରିଆ ବଜାରରେ ବୁଧବାର ଆଇ ଏଣ୍ଡ ୟୁ ସାମାଜିକ ସଙ୍ଗଠନ ପକ୍ଷରୁ ୨୬ତମ ଗଣେଶ ପୂଜା ମହା ସମାରୋହରେ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଶିବିରରେ ମୋଟ ୪୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଭଦ୍ରକ ବ୍ଲଡ ବ୍ୟାଙ୍କର ଡା. ଗୁରୁଚରଣ ସାହୁଙ୍କ ନେତୃତ୍ୱରେ ଟେକ୍‌ନିସଆନ ରବିନ୍ଦ୍ର କୁମାର ଜେନା, ବଳରାମ ପୁହାଣ, ଏସ କେ ବୁଦ୍ଧିଆ ରକ୍ତ ସଂଗ୍ରହ କରିଥିଲେ । ଶିକ୍ଷାବିତ ନୃସିଂହ ଚରଣ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଅନାଦି ଚରଣ ବେହେରା ଓ କୋହ୍ଲ ପଞ୍ଚାୟତ ସମିତିସଭ୍ୟାଙ୍କ ପ୍ରତିନିଧି ନିତ୍ୟାନନ୍ଦ ବେହେରା ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ସଙ୍ଗଠନର ସଭାପତି ଜିତେନ୍ଦ୍ର ପରିଡ଼ା, ସମ୍ପାଦକ ପ୍ରଶାନ୍ତ ନାୟକ, ଆଲୋକ ନାୟକ, ଆଲୋକ ମଲ୍ଲିକ, ଅଧ୍ୟାପକ ଅଶୋକ ଗୋଚ୍ଛାୟତ, ନଭଜ୍ୟୋତି ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ମାନସ ପରିଡା, ଆଦିତ୍ୟ ପରିଡା, ସୁନୀଲ ରାଉତ, ପିନାକୀ ଦାସ, ଶ୍ରୀକାନ୍ତ ନାୟକ, ଅସୀମ ରାଇଚାନ୍ଦ, ପ୍ରତାପ ସେନାପତି, ପ୍ରଫୁଲ୍ଲ ମଲିକ, ଜିତେନ୍ଦ୍ର ପାତ୍ର, ପ୍ରଦୀପ ବାରିକ, ରବିନାରାୟଣ ଦାସ, ସଂଜିତ୍ ମଲ୍ଲିକ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ତିହିଡିରୁ ସଂଜୟ ଦାସଙ୍କ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |