ରଣପୁର ପ୍ରଗତି ଯୁବକ ସଂଘ ତରଫରୁ ୭୫ ତମ ଗଣେଶ ମହୋତ୍ସବ ପାଳନ |

234

କଟକ (ଉତ୍କଳ ନ୍ୟୁଜ ) ୨୧-୦୯-୨୦୨୩ : ନୟାଗଡ଼ ଜିଲ୍ଲା ରଣପୁର ପଞ୍ଚୁ ଦୋଳ ପଡ଼ିଆ ଠାରେ ପ୍ରଗତି ଯୁବକ ସଂଘ ତରଫରୁ ୭୫ ତମ ଗଣେଶ ମହୋତ୍ସବ ପାଳନ କରାଯାଇଅଛି। ଗଣେଶ ପୂଜା ଦିନ ଠାରୁ ଏହା ୪ ଦିନ ଧରି ବାଦି ପାଲା ପରିବେଷଣ କରାଯିବା ସହିତ ୨୩ ତାରିଖ ରେ ନୃତ୍ୟ ପରିବେଷଣ,୨୪ ତାରିଖ ରେ ଭଜନ ସମାରୋହ, ୨୫ ତାରିଖ ରେ ପ୍ରଗତି ଯୁବକ ସଂଘ କଳାକାର ମାନଙ୍କୁ ନେଇ ନାଟକ ,"ବାପା" ପରିବେଷଣ କରିବା ସହିତ ୨୬ ତାରିଖ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦୁଆରୀ ,୨୭ ତାରିଖ ରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ପମି ମିଶ୍ର ଙ୍କ ସାରେଗାମାପା ମେଲୋଡି କାର୍ଯ୍ୟକ୍ରମ ଦେଖିବାକୁ ମିଳିବ ବୋଲି ପ୍ରଗତି ଯୁବକ ସଂଘ ତରଫରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ବହୁଳ ପରିମାତ୍ରାର ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇଆସିଥିଲେ।