କମଳା ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ।

101

କଟକ (ଉତ୍କଳ ନ୍ୟୁଜ ) ୯-୦୯-୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ ବିଦ୍ୟାଧରପୁର ଗାଁର ଡାକ୍ତର ଦୀନବନ୍ଧୁ ବେହେରେରାଙ୍କ ଧର୍ମପତ୍ନୀ ସ୍ୱର୍ଗତ କମଳା ବେହେରା ପ୍ରଥମ ଶ୍ରାଦ୍ଧ ବାର୍ଷିକ ଦିବସ ନିଜ ବାସ ଭାନରେ ପାଳିତ ହୋଇ ଯାଇଛି । କୁଳପୁରୋହିତ ପରମ୍ପରା ଅନୁଯାଇ କ୍ରିୟାକର୍ମ କରାଯାଇଥିଲା । ଏହି ଅବସରରେ ଡାକ୍ତର ଦୀନବନ୍ଧୁ ବେହେରୋଙ୍କ ପୌରୋହିତରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ନେତା ଦୀନବନ୍ଧୁ ପତି, କବିଶ୍ରୀ ଗୋଲକ ପ୍ରସାଦ ବୈୟାରୀ, ସମାଜସେବୀ ଉକମାକାନ୍ତ ଦାସ, ଆଇନ୍‌ଜୀବି ସୁବାଶ ବେହେରା ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ । ଡାକ୍ତର ଦୀନବନ୍ଧୁ ବେହେରା ତାଙ୍କର ଧର୍ମପତ୍ନୀ କମଳା ବେହେରାଙ୍କ ସ୍ନେଶିଳା ବ୍ୟବହାର ଓ ପ୍ରେରଣା ତାଙ୍କର ଉନ୍ନତିର କାରଣ ବୋଲି ଏକ ସଂକ୍ଷିପ୍ତ ଭାଷଣରେ କହିଥିଲେ । ସମ୍ମାନୀତ ବକ୍ତାମାନେ ଓ ସଭାପତି ତାଙ୍କର ଭାଷଣରେ ଜନ୍ମ ହେଲେ ମରଣ ଧ୍ରୁବ, ମାନବଜୀବନ କର୍ମଦ୍ୱାରା ସମ୍ମାନୀତ ହୁଏ କହି ସ୍ୱର୍ଗତ କମଳା ବେହେରାଙ୍କ କର୍ମମୟ ଜୀବନ ସହିତ ତାଙ୍କର ଆତ୍ମା ଶାନ୍ତିଲାଭ କରୁ କହି ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ସଭା ପୂର୍ବରୁ ଏକ ନାରିକେଳ ଚାରା ରୋପଣ କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |