ଚୌଦ୍ୱାର ଉତ୍କଳ ଇଣ୍ଟରନ୍ୟାସନାଲ ସ୍କୁଲ ରେ ଜି - ୨୦ ସମ୍ମିଳନୀ |

123

କଟକ (ଉତ୍କଳ ନ୍ୟୁଜ ) ୯-୦୯-୨୦୨୩ : ୧୮ ତମ ଜି - ୨୦ ସମ୍ମିଳନୀ ପାଇଁ ଆଜି ସାରା ବିଶ୍ୱ ଭାରତ ର ପ୍ରଗତି ଓ ବିଶ୍ୱ ଅର୍ଥନୀତି ର ଭାଗିଦାରୀ ରେ ମନ୍ତ୍ରମୁଗ୍ଧ ହୋଇଛି | ବିଶ୍ୱ ର ୧୯ ଟି ଦେଶ ଏବଂ ୟୁରୋପିଆନ ୟୁନିଅନ ର ରାଷ୍ଟ୍ରଧ୍ୟକ୍ଷ ମାନଙ୍କୁ ନେଇ ରାଜଧାନୀ ନୂଆ ଦିଲ୍ଲୀ ରେ ଜି - ୨୦ ସମ୍ମିଳନୀ ଆରମ୍ଭ ହୋଇଛି | ଯାହାକେବଳ ଭାରତ ବର୍ଷ ପାଇଁ ନୁହେଁ ସମସ୍ତ ନାଗରିକ ମାନଙ୍କ ପାଇଁ ଗର୍ବ ର ବିଷୟ ପାଲଟିଛି | ଏହି ପରିପ୍ରେକ୍ଷୀ ରେ ଉତ୍କଳ ଇଣ୍ଟରନ୍ୟାସନାଲ ସ୍କୁଲ ର ପିଲାମାନଙ୍କୁ ନେଇ ଏକ ଜି -୨୦ ସମ୍ମିଳନୀ ର ପରିକଳ୍ପନା କରାଯାଇଥିଲା | ଆଜି ସ୍କୁଲ ପରିସରରେ ଜି - ୨୦ ସମ୍ମିଳନୀ କରାଯାଇ ଭାଗିଦାରୀ ରାଷ୍ଟ୍ର ଙ୍କ ଉପରେ ତାଙ୍କର ମନ୍ତବ୍ୟ ରଖିବା ସହ ବିଶ୍ୱ ର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ | ଭାରତ ର ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ଜି -୨୦ କୁ ଦେଶ ର କୋଣ ଅନୁକୋଣ ରେ ପହଞ୍ଚା ଯାଉ ଏବଂ ପିଲା ମାନେ ଏହି ସମ୍ମିଳନୀ ଦ୍ୱାରା ଗ୍ରହଣ କରିଥିବା ନିଜର ଜ୍ଞାନ କୁ ଦେଶ ର ବିକାଶ ରେ ଲଗାନ୍ତୁ | ଏହି କାର୍ଯ୍ୟକ୍ରମ ରେ ସ୍କୁଲ ପ୍ରିନ୍ସିପାଲ ବୈକୁଣ୍ଠନାଥ ତାରିନିଆ ଙ୍କ ସହ ରଶ୍ମିରେଖା ରାଉତ , ଶୁଭଶ୍ରୀ ମହାନ୍ତି , ନର୍ମଦା ମଞ୍ଜରୀ ସାହୁ , ସିଲା ପ୍ରଧାନ , କଳ୍ପନା ମହାରଣା , ମୋନାଲିଶା ରାଉତ , ଜ୍ୟୋତିର୍ମୟୀ ସାହୁ , ସ୍ନେହଲତା ରାଜ , ସଂଗୀତ ରାୟ, ବିଜୟଲକ୍ଷ୍ମୀ ରାଉତ , ରୀତି ମହାପାତ୍ର , ତାମସା ସାମଲ , ପ୍ରିୟଦର୍ଶିନୀ ମହାପାତ୍ର , ଯବିନା ଖାତୁନ , ସ୍ଵାଗତିକ ଦେବତା , ଚିନ୍ମୟୀ ପ୍ରୟଦର୍ଶିନୀ ସାହୁ , ସୁବ୍ରତ ସାହୁ , ଅବିନାଶ ମହାପାତ୍ର , ଦିଲୀପ କୁମାର ରାଉତ , ଜୁଲି ଦାସ , ଗିରିଧାରୀ ସାମଲ , ଦେବସ୍ମିତା ସ୍ୱାଇଁ , ରଂଜିତା ସ୍ୱାଇଁ , ସୁଧାକର ଷଡ଼ଙ୍ଗୀ , ଷୋନାଲିକ ମହାନ୍ତି , ସଞ୍ଜନା ଜେସୱାଲ, ମୋନାଲି ମିଶ୍ର ଷୋନାଲିକ ବେହେରା , ଗୀତିକା ସ୍ୱାଇଁ , ବିନ୍ଦୁ ସ୍ୱାଇଁ , ଜ୍ୟୋତିର୍ମୟୀ ବିଶ୍ୱାଳ ଓ ସମସ୍ତ ଷ୍ଟାଫ ଉପସ୍ଥିତ ରହିଥିଲେ |