ଚୌଦ୍ଵାର ଓଟିଏମ କଲୋନୀ ସ୍ଥିତ ରାଧାମୋହନ ମନ୍ଦିର ର ୬୦ ତମ ଜନ୍ମlଷ୍ଟମୀ ଓ ନନ୍ଦୋତ୍ସବ ମହା ଆଡ଼ମ୍ବରରେ ପାଳିତ |

135

କଟକ (ଉତ୍କଳ ନ୍ୟୁଜ ) ୮-୦୯-୨୦୨୩: ଚୌଦ୍ଵାର ଓଟିଏମ କଲୋନୀ ସ୍ଥିତ ରାଧାମୋହନ ମନ୍ଦିର ର ୬୦ ତମ ଜନ୍ମlଷ୍ଟମୀ ଓ ନନ୍ଦୋତ୍ସବ ଦୁଇ ଦିନ ଧରି ମହା ଆଡ଼ମ୍ବରରେ ପାଳିତ ହୋଇଯାଇ ଅଛି, ଠାକୁର ଙ୍କ ଜନ୍ମ ଉତ୍ସବ,ହରି ପାଠ,ହୋମ ଯଜ୍ଞ, ଭାଗବତ ପାରାୟଣ,ଝୁଲଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା,ରାଧାମୋହନ ମନ୍ଦିର ପରିଚାଳନା କମିଟି ତରଫରୁ ନନ୍ଦୋ ଉତ୍ସବ ପାଳନ ଅବସରରେ ଓଡ଼ିଶାର ସୁନାମଧନ୍ୟ କୁନି ପ୍ରବଚକ କେଶବ ଦାସ ଙ୍କ ଦ୍ଵାରା ପ୍ରବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ଵାଳ , ଚୌଦ୍ଵାର ପୌରଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା, ୧୧ ନମ୍ବର କାଉନସିଲର ବିନୋଦିନୀ ରାଉତରାୟ, ଜଗନ୍ନାଥ ଭକ୍ତ ସମାଜ ର ସଂଯୋଜକ ସନ୍ତୋଷ କୁମାର ଧର, ସମ୍ପାଦକ ଶରତ ଚନ୍ଦ୍ର ଖୁଣ୍ଟିଆ, ମଙ୍ଗୁଳି ଟ୍ରକ୍ ଆସୋସିଏସନ ସଭାପତି ନରେନ୍ଦ୍ର ରାଉତରାୟ,ପୂର୍ବତନ କାଉନସିଲର ମନୋଜ କୁମାର ମହାନ୍ତି, ସମାଜସେବୀ ବିଜୟଲକ୍ଷ୍ମୀ ମହାପାତ୍ର, ସମାଜସେବୀ ସୁକାନ୍ତ ସାହାଣୀ, ପ୍ରମୁଖ ବହୁ ବ୍ୟକ୍ତି ଯୋଗଦାନ କରିଥିଲେ, ୨ ଦିନ ଧରି ଚାଲିଥିବା ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର କମିଟି ସଭାପତି ଟୁକୁ ପ୍ରଧାନ,କାର୍ଯ୍ୟକାରୀ ସଭାପତି ଭାସ୍କର ଚନ୍ଦ୍ର ରାଉତରାୟ,ସମ୍ପାଦକ ପ୍ରମୋଦ ଜେନା, କୋଷାଧ୍ୟକ୍ଷ ଅଶ୍ଵିନୀ କୁମାର ଜେନା ବିରିଷ୍ଟ ଉପଦେଷ୍ଟା ଦୁଲାଲସେନ୍ ସ୍ୱାଇଁ , ଲୋକନାଥ ସାହୁ, ରାଜମୂର୍ତ୍ତି ପଣ୍ଡା, ମୂତ୍ୟୁଞ୍ଜୟ ପଟ୍ଟନାୟକ, ସଦସ୍ୟ ଭୀମସେନ ବିଶ୍ଵାଳ, ରାଜକିଶୋର ସାମନ୍ତ, ସନ୍ତୋଷ ସେନାପତି, ଖଗେଶ୍ବର ମଲ୍ଲ, କାହ୍ନୁ ଚରଣ ଜେନା, ଦିବାକର ପଟ୍ଟନାୟକ, ତପନ ରାଉତ, ପ୍ରକାଶ ଚନ୍ଦ୍ର ବରାଳ, ରତନ ପ୍ରସାଦ ବାରିକ୍, ମନ୍ମତ ରାଉତ, ଶଶାଙ୍କ ସୁନ୍ଦର ରାଉତ,ଦୀପକ ସେନାପତି, ଜିତେସ ମହାନ୍ତି,ମାନସ ରଞ୍ଜନ ବେହେରା, ଭାନୁ ଶଙ୍କର ମିଶ୍ର,ମନୋଜ କୁମାର ସାହୁ,ଅଭୟ ପରିଡ଼ା, ଚିତ୍ତରଞ୍ଜନ ନାୟକ,ଶିବବ୍ରତ ଦାସ,ପ୍ରଦୀପ ଦାସ,ବ୍ରଜ ସାହୁ, ଦିବ୍ୟ ରଞ୍ଜନ ମଲ୍ଲ,ବିଶ୍ବରଂଜନ ସାହୁ,ଅମିୟ ରଞ୍ଜନ ଜେନା,ରଞ୍ଜନ ମଲ୍ଲିକ,ନିରାକାର ସାହୁ,ଓ ସଚ୍ଚିଦାନନ୍ଦ ପାଲ୍, ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ, ଠାକୁର ଙ୍କ ସମସ୍ତ ରୀତି ନୀତି ପୂଜକ ସୁଧାଂଶୁ ଷଡ଼ଙ୍ଗୀ,ଓ ନିତ୍ୟା ନନ୍ଦ ଦାସ କରିଥିଲେ,ଶେଷରେ ଗୌରାଙ୍ଗ ଧର୍ମ ନିକେତନ ଓ ମା ଦୁର୍ଗା ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ସଙ୍କୀର୍ତ୍ତନ ହୋଇଥିଲା |