ପାଳିଆବିନ୍ଧା ପଞ୍ଚାୟତ ଶିକ୍ଷା ଷ୍ଟାଣ୍ଡିଂ କମିଟିର ବୈଠକ |

369

କଟକ (ଉତ୍କଳ ନ୍ୟୁଜ ) ୦୬-୦୯-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧା ପଞ୍ଚାୟତ ଷ୍ଟାଣ୍ଡିଂ କମିଟିର ବୈଠକ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟର ସଭ୍ୟ ସରୋଜ ଦାସଙ୍କ ସଂଯୋଜନା ଓ ସରପଞ୍ଚ ଯଶୋଦା ମଲ୍ଲିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ରାମନାରାୟଣ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମିତି ସଭ୍ୟ ଜୀବନଜ୍ୟୋତି ପଲେଇ, ପୂର୍ବତନ ସମିତି ସଭ୍ୟ ନବକିଶୋର ମଲିକ, ଅକ୍ଷୟ ଦାସ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ପାଳିଆବିନ୍ଧା ପଞ୍ଚାୟତରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଥିଲା । ସେହିପରି ବିଭିନ୍ନ ବିଦ୍ୟାଳୟରେ ଯେଉଁ ସମସ୍ୟା ରହିଛି ତାହାକୁ ଷ୍ଟାଣ୍ଡିଂ କମିଟିର ଦୃଷ୍ଟିକୁ ଆଣିବାକୁ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ବିଦାୟୀ ବିଦାୟୀ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ ପାଣିଗ୍ରାହୀ ଓ ନବାଗତ ସଂଯୋଜକ ଦେବବ୍ରତ ଶତପଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଯତୀନ୍ଦ୍ର ମହୋନ ପାଢ଼ୀ ମାନପତ୍ର ପାଠ କରିଥିଲେ । ପଞ୍ଚାୟତର ଥିବା ୧୦ ଗୋଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇ ସେମାନଙ୍କର ମୂଲ୍ୟବାନ ମତ ରଖିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |