କଖଡି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ଖୁବ୍ ଧୁମ ଧାମରେ ପାଳନ |

19

କଟକ (ଉତ୍କଳ ନ୍ୟୁଜ ) ୬-୦୯-୨୦୨୩: ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ଖୁବ୍ ଧୁମ ଧାମରେ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜିତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ନାରାୟଣ ସାହୁ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ହୋଇ ଭାରତର ରାଷ୍ଟ୍ରପତି ଡ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରଥମେ ଡ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ବିଷୟରେ ବକୃତା ମାଧ୍ୟମରେ କହିବା ପରେ, ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଫୁଲ ଚନ୍ଦନ ଓ ଉତ୍ତରୀୟ ଦେଇ ପୂଜା କରିଥିଲେ । ଦଶମ ଶ୍ରେଣୀ ର ଛାତ୍ରୀ ଆଦ୍ୟାସା ଆଦିତ୍ ଲେଙ୍କା , ସିମିରନ୍ ଦଳାଇ , ଲୋପା ଅର୍ପିତା ଛତାର ପ୍ରମୁଖ ଗୁରୁଙ୍କୁ ପୂଜାର୍ଚ୍ଚନା କରିଥିଲେ ।