ସାଂଗଠନିକ ଦକ୍ଷତା ପାଇଁ ସସ୍ତ୍ରିକଙ୍କୁ ମିଳିଲା ଦାୟିତ୍ୱ |

581

କଟକ (ଉତ୍କଳ ନ୍ୟୁଜ ) ୩୧-୦୮-୨୦୨୩ : ସାଂଗଠନିକ ଦକ୍ଷତା ପାଇଁ ବିଜୁ ଜନତା ଦଳ ପକ୍ଷରୁ ସସ୍ତ୍ରିକଙ୍କୁ ମିଳିଲା ଦାୟିତ୍ୱ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧିନ କନାଟିଆ ଗାଁର କମଳାକାନ୍ତ ଲେଙ୍କାଙ୍କୁ ବିଜୁ ଜନତା ଦଳର ଜିଲ୍ଲା କମିଟିରେ ସଦସ୍ୟ ଭାବେ ମନୋନୀତ କରାଯାଇଥିବା ବେଳେ କିଛିଦିନ ତଳେ ତାଙ୍କ ଧର୍ମପତ୍ନୀ ତଥା ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କାଙ୍କୁ ବ୍ଲକ ବିଜୁ ମହିଳା ଦଳର ଉପସଭାନେତ୍ରୀ ଭାବେ ମନୋନୀତ କରାଯାଇଛି । ଉଭୟ ଦଳର ସାଂଗଠନିକ ସ୍ଥିତିକୁ ମଜ୍‌ବୁତ କରିବା ଲକ୍ଷ୍ୟ ନେଇ ଅଧିକ ଆଗଭର ହୋଇଥିବା ଜଣାଯାଇଛି । ବିଧାନସଭା ନିର୍ବାଚନ ଲାଗି ସମସ୍ତ ଦଳ ସଜବାଜ ହେଉଥିବା ବେଳେ ବିଜୁ ଜନତା ଦଳ କିପରି ଅଧିକ ସମର୍ଥକ ହାତେଇବ ସେନେଇ ବଛାବଛା ନେତା/ନେତ୍ରୀଙ୍କୁ ଦଳୀୟ ଦାୟିତ୍ୱ ପ୍ରଦାନ କରୁଛି । ଗରିବ, ଖଟିଖିଆ ଲୋକଙ୍କର ମସିହା ସାଜିଥିବା ବିଜୁ ଜନତା ଦଳ ବିଭିନ୍ନ ସମସୟରେ ଯୋଜନା ପରେ ଯୋଜନା ପ୍ରଣୟନ କରିଆସୁୁଛି । ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ରାସ୍ତାଘାଟ ପାଇଁ ଏହି ସରକାର ହାତ ଖୋଲା କରିଦେଇଛି । ମହିଳାମାନଙ୍କୁ ସଶସ୍ତ୍ରିକରଣ କରିବା କ୍ଷେତ୍ରରେ ଏକ ମାଇଲ୍ ଖୁଣ୍ଟ ସାଜିଛି । ଏହାକ ମୁଦ୍ଦା କରି ଦଳ ଯେପରି ଆଗାମି ନିର୍ବାଚନରେ ଭୋଟରଙ୍କ ମନ ଜିଣି ପାରିବେ ସେନେଇ ଦଳ ପକ୍ଷରୁ ମନୋନୀତ ନେତା/ନେତ୍ରୀମାନେ ପ୍ରୟାସ ଜାରି ରଖିବାକୁ କୁହାଯାଇଛି । ବିଗତ ବର୍ଷରେ ବିଜୁ ଜନତା ଦଳକୁ ସମର୍ଥନ କରିଆସୁଥିଲେ ଏହି ସସ୍ତ୍ରିକ । କେବଳ ସେତିକି ନୁହେଁ ବରଂ ତାଙ୍କ ପରିବାର ବିଜୁ ଜନତା ଦଳର ଆଦର୍ଶ ଭାବେ ପରିଚିତ ହୋଇଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ଦଳ ପକ୍ଷରୁ ପୁଷ୍ପାଞ୍ଜଳୀ ଲେଙ୍କାଙ୍କ ସମର୍ଥନ କରି ପ୍ରାର୍ôଥନୀ କରିଥିଲା । ଉଭୟ ବିଜେପି ଓ କଂଗ୍ରେସକୁ ଟକ୍କର ଦେଇ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତାଙ୍କ ଜିତିବା ପଛରେ ତାଙ୍କ ସ୍ୱାମୀ କମଳାକାନ୍ତ ଲେଙ୍କାଙ୍କ ସମେତ ପରିବାର ଓ ମଙ୍ଗଳପୁର ପଞ୍ଚାୟତର ବହୁ ନେତା ଓ ଛାମୁଆ ନେତା ସାମିଲ ମଧ୍ୟ ହୋଇଥିଲେ । ଭଦ୍ରକ ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |