୯ ଦଫା ଦାବୀନେଇ ଚାନ୍ଦବାଲିରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ ଓ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ।

20

କଟକ (ଉତ୍କଳ ନ୍ୟୁଜ ) ୩୧-୦୮-୨୦୨୩ : ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଆଜି ଜାତୀୟ କଂଗ୍ରେସ ଦଳ ପକ୍ଷରୁ ୯ ଦଫା ଦାବୀ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା କରାଯାଇଛି । ଏହି ପ୍ରତିବାଦ ସଭାରେ ବ୍ଳକ କଂଗ୍ରେସ ଓ ଜିଲ୍ଲା କଂଗ୍ରେସର ବହୁ ଛାମୁଆ ନେତାମାନେ ଯୋଗଦେଇ ବ୍ଲକ ଅଫିସ ମାନଙ୍କରେ ପିସି କାରବାର, ଆବାସ ଯୋଗନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମାରଣା ନିତି, ଟାଟା କମ୍ପାନୀର ଖାଉଟି ବିରୋଧ ଓ ବିଜୁଳି ନୀତି ବିରୁଦ୍ଧରେ ଶତାଧୂକ କଂଗ୍ରେସ କର୍ମୀ ବ୍ଲକ ଘେରାଉ କରିବା ସହ ସରକାରଙ୍କ ଉପରେ ବର୍ଷିଥିଲେ । ତେବେ ବ୍ଲକ କଂଗ୍ରେସ କର୍ମୀମାନେ ବ୍ଲକ କାର୍ଯ୍ୟାଳୟ ପରିସରକୁ ଧଶେଇ ପସିବା ବେଳେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲେ । ଏହି କାର୍ଯ୍ୟକ୍ରମ ବ୍ଲକ କଂଗ୍ରେସ ସଭାପତି ବୈଲୋଚନ ପଣ୍ଡା, ଜିଲ୍ଲାସଭାପତି ଅଶୋକ ଦାସ, ନିର୍ବାଚନମଣ୍ଡଳୀ ନେତା ଦିଗମ୍ବର ଦାସ, ସତ୍ୟାନନ୍ଦ ରାଉତ, ସାଂସଦ ପାର୍ଥୀନୀ ମଧୁସ୍ମିତା ସେଠୀ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ତିହିଡି ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ, ବରିଷ୍ଠ ନେତା ନୁରୁ ମହମ୍ମଦ ଇସମାଇଲ, କିଣୁରାମ ଜେନା ବୃନ୍ଦାବନ ମହାଳିକ, ନଗର ସଭାପତି ବଦ୍ରୀ ନାୟକ, ସନାତନ ନାୟକ, ରମେଶ ନାୟକ, ସୋସିଆଲ ମିଡ଼ିଆ ସଂଯୋଜକ ସୁବାଷ ଚନ୍ଦ୍ର ନାୟକ, ଯୁବ ସଭାପତି ଶକ୍ତି ପ୍ରତାପ ବିଶ୍ୱାଳ, ମହିଳାନେତ୍ରୀ ସୁଲୋଚନା ନାୟକ, ସରପଞ୍ଚ ପ୍ରମିଳା ମାଝୀ, ସଞ୍ଜୁଲତା ମାଝୀ, ଆଶିଷ କୁମାର ମାହୁନ୍ତ, ଅଜୟ ଦାସ, ଶରତ ଧଳ. ଏସ କେ କାଦିର, ସୁରେନ୍ଦ୍ର ମହାନ୍ତି, ନିର୍ମଳ ରାଉତ, ରଞ୍ଜନ ଦାସ, କଳ୍ପତରୁ ବେହେରା, ଅର୍ଜୁନ ବେହେରା, ରାଧାକାନ୍ତ ପାଢ଼ୀ, ବୀରକିଶୋର ପରିଡା, ଚମ୍ପକ ନାୟକ, ଶ୍ରୀତଂଶୁ ନାୟକ, ପ୍ରହଲ୍ଲାଦ ସାହୁ, ଲୁଟା ପାଢ଼ୀ, କୌଳାସ ପାଢ଼ୀ, ଦେବେନ୍ଦ୍ର ସାମଲ, ପ୍ରତାପ ସାମଲ, ପିତାମ୍ବର ବେହେରା, ପୃଥ୍ୱୀରାଜ ନାୟକ, ବୁଦ୍ଧିଆ ବିଶ୍ୱାଳ, ସୁବାସ ଦାସ, ଅଜୟ ମହାଳିକ , ରାଜେଶ ସ୍ୱାଇଁ, ରାଜେଶ ବେହେରା, ସୁବ୍ରତ ଦାସ, ଧ୍ରୁବ ଚରଣ ବାରିକ ପ୍ରମୁଖ ପ୍ରମୁଖ ଯୋଗଦାନ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।