ଚଢାଉ ଵେଳେ ପୋଲିସ ଉପରକୁ ଆକ୍ରମଣ, ୪ ଗିରଫ୍।

163

କଟକ(ଉତ୍କଳ ନିଉଜ)୨୮/୦୮/୨୦୨୩ : ଚଢାଉ ଵେଳେ ପୋଲିସ ଉପରକୁ ଆକ୍ରମଣ, ୪ ଗିରଫ୍। ଭାଇରାଲ ହେଉଛି ମାଡ ସମୟର ଭିଡିଓ। ଆଉ ପୋଲିସ ବାବୁ ଜଣକ ହାତ ଯୋଡି କାକୁତି ମିନତି ହେଉଥିବାର ଦୃଶ୍ଯ ହୃଦୟ ବିଦାରକ କୁହାଯାଇପାରେ। ପୋଲିସକୁ କଣ ପାଇଁ ଆକ୍ରମଣ କରା ଯାଇଥିଲା ସେନେଇ ଗିରଫ ଅଭିଯୁକ୍ତ ମହିଳା ଜଣକ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ବୟାନ ରଖିଛନ୍ତି। ନିଶାସକ୍ତ ଅବସ୍ଥାରେ ପୋଲିସ ତାଙ୍କ ଦୋକାନରେ ପଶି ଚଢାଉ ନାଆଁରେ ତାଙ୍କୁ ଅସଦାଚରଣ, ଟଣା ଓଟରା ସହିତ ମାଡି ବସିଥିବା କହିଛନ୍ତି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ଅଭଦ୍ରାମୀ କରିଥିବା ପୋଲିସକୁ ମାଡ ମରା ଯାଇଥିବା ସୂଚନା ମିଳିଛି। ଭଦ୍ରକ ଜିଲ୍ଲାର ସାବରଙ୍ଗ ଥାନା ଅନ୍ତର୍ଗତ ଇଛାପୁର ଥିବା ମାମାଲି ହୋଟେଲ ଦୀର୍ଘ ୧୦ ବର୍ଷ ହେବ ହୋଟେଲରେ ଓ ତାଙ୍କ ଘର ପାଖରେ ଚୋରା ଦେଶୀ ଓ ବିଦେଶୀ ମଦ ଓ ଚୋରା କୋଇଲା ବେପାର କରୁ ଆସୁଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ ମଧ୍ଯ କରିଥିଲେ। ଗତକାଲି ସେଠାର ମଦ ବିକ୍ରି ହେଉଥିବା ନେଇ ଖବର ପାଇ ସାବରଙ୍ଗ ପୋଲିସ ସେଠାରେ ପହଞ୍ଚି ଥିଲା ବେଳେ ହଠାତ ମଦ ମାଫିଆ ଦୈତାରୀ ନାୟକ, ମନ ନାୟକ, ରାଜଲକ୍ଷ୍ମୀ ନାୟକ ତିନି ଜଣ ମିଶି ପୋଲିସକୁ ଧରି ନିସ୍ତୁକ ମାଡ଼ ମରା ଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଉକ୍ତ ମାଡରେ ଗୁରୁତର ଆହତ ହୋଇଛନ୍ତି ପୋଲିସ ଏସଆଇ ରାମଚନ୍ଦ୍ର ପାତ୍ର ଓ ଜୟଶ୍ରୀ ଦାସ । ଏହି ଘଟଣାରେ ଅଭିଯୁକ୍ତ ୪ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣକୁ ପୋଲିସ ଖୋଜାଖୋଜି ଜାରି ରଖିଛି। ଅନ୍ୟପଟେ ଏହି ଥାନାରେ କିଛି ଅସାଧୁ ପୋଲିସ କର୍ମଚାରୀ ଏହି ଚୋରା ମଦ ଓ କୋଇଲା କାରାବାରରେ ଜଡ଼ିତ ଥିବା ନେଇଁ ଚର୍ଚ୍ଚା ହେଉଛି । ଏହି ଅସାଧୁ ପୋଲିସଙ୍କ ପାଇଁ ନିରିହ ପୋଲିସ ମାଡ ଖାଇଲେ ବୋଲି ମଧ୍ଯ କଥା ଦାଣ୍ଡରେ ପଡି ହାଟରେ ଗଡୁଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |