ସରକାରୀ ବାସଭବନରେ କନେଷ୍ଟବଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।

343

କଟକ(ଉତ୍କଳ ନିଉଜ)୨୮/୦୮/୨୦୨୩ : ସରକାରୀ ବାସଭବନରେ କନେଷ୍ଟବଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ପାରିବାରିକ କଳହକୁ ନେଇ ତିହିଡି ଥାନାର କନେଷ୍ଟବଳଙ୍କ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା କନେଷ୍ଟବଳ ହେଉଛନ୍ତି ତୋଫାନୀ ପାତ୍ର। ସେ ସରକାରୀ ବାସଭବନରେ ଫେନରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୃତ କନେଷ୍ଟବଳଙ୍କ ଘର କେଉଁଝର ଜିଲ୍ଲାର ଘସିପୁରା ଥାନା ଅଧିନସ୍ଥ ଭଣ୍ଡାରୀ ପଡା ଗାଁରେ। ସେ ତିହିଡି ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ମାନସିକ ଅବସାଦ ହୋଇ ଫେନରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସର ତଦନ୍ତ ଆରମ୍ଭ କରିବା ସହିତ ଶବ ଵ୍ୟବଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠା ଯାଇଛି। ଏହି ଖବର ପାଇ ମୃତ କନେଷ୍ଟବଳଙ୍କ ପରିବାର ଲୋକ ଭଦ୍ରକ ଡାକ୍ତରଖାନା ରେ ପହଂଚିଛନ୍ତି। ତେବେ ତାଙ୍କ ପୁଅର ମୃତ୍ୟୁ ତାଙ୍କ ଶାଶୁ ଶଶୁରଙ୍କ ମାନସିକ ଚାପ ଯୋଗୁ ହୋଇଥିବା ମୃତ କନେଷ୍ଟବଳଙ୍କ ବାପା ଅଭିଯୋଗ କରିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |