କଳାହାଣ୍ଡି ଡିଜିଟାଲ ମିଡ଼ିଆର ଏସୋସିଏସନ ର ବୈଠକ।

141

କଟକ(ଉତ୍କଳ ନିଉଜ)୨୮/୦୮/୨୦୨୩ : କଳାହାଣ୍ଡି ଜିଲ୍ଲl ଜୁନାଗଡ଼ ଆରଏମସି ସଭା ଗୃହ ଠାରେ କଳାହାଣ୍ଡି ଜିଲ୍ଲା ଡିଜିଟାଲ ମିଡ଼ିଆ ଆସୋ ସିଏସସନ୍ (ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନ୍ ସହବନ୍ଧିତ)ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ସଂଘ ର ସମ୍ପାଦକ ରବିଶଙ୍କର ସୁନାନୀ ଙ୍କ ଆହ୍ଵାନ କ୍ରମେ ଜିଲ୍ଲାର ସମସ୍ତ ବ୍ଲକ ରୁ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ। ସଂଘ ସଭପତି ରାଜେନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ବରେ ସଂଘର ଭବିଷ୍ୟତ ଓ କାର୍ଯକ୍ରମ ବିଷୟରେ ଆଲୋକ ପାତ କରିଥିଲେ । କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପଦବନ୍ତ ସିଂ,ପ୍ରଦୀପ ପଟ୍ଟନାୟକ,ସୁନ୍ଦର ମୋହନ ଛତ୍ରୀଆ ,ଦୁର୍ୟୋଧନ ମାଝୀ,ଜିତେନ୍ଦ୍ର ତାଣ୍ଡି, କୁମର ମଣି ଦୁର୍ଗା, ରଘୁମଣୀ ପୁଝାରୀ, ଯଶୋବନ୍ତ ପୁଝାରୀ, ରୋହିତ ବାଗ, ଟିକ୍ ଚନ ବାଗ,ବିମଳ ଚନ୍ଦ୍ର ସତପଥି, ସାହେବ୍ ଛତ୍ରିଆ,କିଶନ ଶର୍ମା, ତ୍ତ୍ରିଲୋକ୍ୟ ନାଥ ପାଣିଗ୍ରାହୀ,କୈଳାଶ ଚନ୍ଦ୍ର ଛତ୍ରିଆ,ପ୍ରଦୀପ ପଣ୍ଡା, ଗୟାରାମ ପୁଝାରୀ, ଲକ୍ଷ୍ମଣ ପୋଡ,ଅକ୍ଷୟ କୁମାର ଛତ୍ରିଆ,ସମେତ କଳାହାଣ୍ଡି ଜିଲ୍ଲାର ଅନ୍ୟ ସାମ୍ବାଦିକ ମାନେ ମଧ୍ୟ ଯୋଗ ଦେଇ ଥିଲେ । ସଭା ଶେଷରେ ସଭା ପରିଚାଳକ ଆଦିତ୍ୟ ମହାନ୍ତି ଉପସ୍ଥିତ ଥିବା ସମସ୍ତଙ୍କୁ ସାମ୍ୱାଦିକ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ। କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |