ଦେଶୀ ରନ୍ଧା ମଦ ଓ ଗୁଡ଼ ପୋଚ ସହିତ ବାଇକ ଜବତ, ୫ ଗିରଫ |

195

କଟକ (ଉତ୍କଳ ନ୍ୟୁଜ ) ୨୨-୦୮-୨୦୨୩ : ଦେଶୀ ରନ୍ଧା ମଦ ଓ ଗୁଡ଼ ପୋଚ ସହିତ ବାଇକ ଜବତ, ୫ ଗିରଫ । ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଉପ-ଅଧିକ୍ଷକ ଅନିତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ବନ୍ତ ଥାନା ଅନ୍ତର୍ଗତ ଦୋଳପଦି, ଗୋହିରାପଦି, ନାଲପୁର ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୭୯ ଲିଟର ଦେଶୀ ରନ୍ଧା ମଦ, ୪ ଶହ ଲିଟର ଗୁଡ଼ ପୋଚ ଓ ମଦ ତିଆରି ସରଞ୍ଜାମ ଜବତ କରାଯିବା ସହିତ ଏଥିରେ ସଂପୃକ୍ତ ବନ୍ତ ଥାନା ଅନ୍ତର୍ଗତ ଗୋହିରାପଦି ଗ୍ରାମର ରାଜନ ମୁର୍ମୁ ଓ ପାର୍ବତୀ ମୁର୍ମୁ, ଦୋଳପଦି ଗ୍ରାମର ଲକ୍ଷଣ ମୁଣ୍ଡା ଏବଂ ନାଲପୁର ଗ୍ରାମର ଅରୁଣ ସିଦୁଙ୍କୁ ଗିରଫ କରାଯାଇଛି । ସେହିପରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁହାଳି ପୋଲ ଛକ ନିକଟରେ ଚଢାଉ କରାଯାଇ ଗୋଟିଏ ହିରୋ ଗ୍ଲେମର ମୋଟର ସାଇକେଲରୁ (ଓଡି-୨୨ଟି -୫୯୦୦) ୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନଗୁଆଁ ଗ୍ରାମର ଗଗନ ଚନ୍ଦ୍ର ଜେନାଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଉକ୍ତ ଚଢାଉରେ ମୋଟ ୧୦୯ ଲିଟର ଦେଶୀ ରନ୍ଧା ମଦ, ୪ଶହ ଲିଟର ଗୁଡ଼ ପୋଚ ଏବଂ ମଦ ତିଆରି ସରଞ୍ଜାମ ଜବତ କରାଯିବା ସହିତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ଦେଶୀ ମଦ, ଗୁଡ଼ ପୋଚ, ମଦ ତିଆରି ସରଞ୍ଜାମ ଏବଂ ମୋଟର ସାଇକେଲର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ସହକାରୀ ଉପ-ନିରୀକ୍ଷକ ପ୍ରହଲ୍ଲାଦ ସାମଲ, ରମେଶ ନାୟକ ଓ ଦୀପକ ରାଉତ, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରୁଦ୍ରନାରାୟଣ ଦାସ, ସୁଦର୍ଶନ ପଲ୍ଲାଇ, ରାମଚନ୍ଦ୍ର ନାୟକ, ସଞ୍ଜୟ ପାତ୍ର, ଜେମାମଣୀ ଜାମୁଡା ଓ ଶୁଭ୍ରାମିନି ଦାଶ ପ୍ରମୁଖ ସାମିଲ ଥିଲେ । ଏ ନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୫ ଗୋଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ  ।